ଓଡ଼ିଶାରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱ ଦିଆଯାଉଥିବା ବେଳେ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଭିନ୍ନ ଚିତ୍ର। ଜିଲ୍ଲାର ଅନେକ ସ୍କୁଲରେ କମ୍ପ୍ୟୁଟର, ସ୍ମାର୍ଟ ଟିଭି, ସ୍ମାର୍ଟ ଲାଇବ୍ରେରୀ ଓ ବିଜ୍ଞାନ ଲାବୋରେଟୋରୀ ଭଳି ସୁବିଧା ରହିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଏସବୁ ବ୍ୟବହାର ହୋଇପାରୁନାହିଁ।
ନନ୍ଦପୁର ବ୍ଲକ୍ର କାସନ୍ଦି, ହାତୀବାରୀ, କୁରୁମାପୁଟ, ପରଜା ବଡ଼ପଡ଼ା ଓ ଗୋଲୁର ହାଇସ୍କୁଲରେ ଏବେ ବି ବିଦ୍ୟୁତ ସଂଯୋଗ ହୋଇନଥିବା ଅଭିଯୋଗ ରହିଛି।
କାସନ୍ଦି ହାଇସ୍କୁଲରେ 5T ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଡିଜିଟାଲ ଭିତ୍ତିଭୂମି ସହ ବିଭିନ୍ନ ସୁବିଧା ବିକଶିତ କରାଯାଇଛି। ସ୍କୁଲରେ ପ୍ରାୟ ୧୦ଟି କମ୍ପ୍ୟୁଟର ଥିଲେ ମଧ୍ୟ ବିଜୁଳି ନଥିବାରୁ ଛାତ୍ରଛାତ୍ରୀ ଏହା ବ୍ୟବହାର କରିପାରୁନାହାନ୍ତି।
କାସନ୍ଦି ସ୍କୁଲର ଛାତ୍ରୀ ତୁଳସୀ କର କହିଛନ୍ତି ଯେ ସ୍କୁଲରେ ବିଦ୍ୟୁତ, ଖେଳ ପଡ଼ିଆ ଓ ସାଇକେଲ୍ ଷ୍ଟାଣ୍ଡ ନାହିଁ। କମ୍ପ୍ୟୁଟର ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ନଥିବାରୁ ତାହା ବ୍ୟବହାର କରିହେଉନାହିଁ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ରେ ମୋଟ୨୦୩ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ। ଜିଲ୍ଲାରେ ମୋଟ ୨,୨୩୮ଟି ଶିକ୍ଷାନୁଷ୍ଠାନ ଥିବାବେଳେ ସେଥିରୁ ୨୦୩ଟି ସ୍କୁଲ ବିଦ୍ୟୁତ ସଂଯୋଗ ବିନା ଚାଲୁଛି।
ସୂତ୍ର ଅନୁସାରେ, ନିର୍ବାଚନ ସମୟରେ ପୋଲିଂ ବୁଥ୍ ଭାବେ ବ୍ୟବହୃତ ହୋଇଥିବା ୮୩ଟି ସ୍କୁଲର ବିଦ୍ୟୁତ ସଂଯୋଗ ପରେ TPSODL ପକ୍ଷରୁ ଅନଧିକୃତ ବୋଲି ଦର୍ଶାଇ ବିଚ୍ଛିନ୍ନ କରାଯାଇଥିବା କୁହାଯାଇଛି।
ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ଅବଗତ ଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍କୁଲଗୁଡ଼ିକ ପାଇଁ ବିଦ୍ୟୁତ ସଂଯୋଗ ଆବେଦନ କରାଯାଇଛି। ଯେଉଁ ସ୍ଥାନରେ ବିଦ୍ୟୁତ ସଂଯୋଗ ପାଇଁ ଅଧିକ ଖର୍ଚ୍ଚ ଆବଶ୍ୟକ, ସେଠାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରୁ ଅର୍ଥ ମଗାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।
କାସନ୍ଦି ହାଇସ୍କୁଲର ପ୍ରଧାନଶିକ୍ଷକ ନୀଳେନ୍ଦ୍ର ଦେଶହରୀଙ୍କ କହିବା ଅନୁସାରେ, ବିଦ୍ୟୁତ ସଂଯୋଗ ନଥିବାରୁ ଛାତ୍ରଛାତ୍ରୀ ଅନଲାଇନ୍ ଓ କମ୍ପ୍ୟୁଟର ଭିତ୍ତିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ କହିଛନ୍ତି ଯେ ନନ୍ଦପୁର ବ୍ଲକ୍ର ୫ଟି 5T ସ୍କୁଲରେ ଶୀଘ୍ର ବିଦ୍ୟୁତ ସଂଯୋଗ ଦେବା ପାଇଁ ପ୍ରକ୍ରିୟା ଚାଲିଛି।
ସ୍ମାର୍ଟ କ୍ଲାସ୍ରୁମ୍ ଓ ଡିଜିଟାଲ ଶିକ୍ଷା ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇଥିଲେ ମଧ୍ୟ ବିଦ୍ୟୁତ ଭଳି ମୌଳିକ ସୁବିଧା ଅଭାବରୁ ଏହାର ବ୍ୟବହାର ହୋଇନପାରିବା ଏବେ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନ ଉଠାଇଛି।
ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
କ୍ରିକେଟ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପୂର୍ବ...
ଆମେରିକାରFederal Reserveଦୀର୍ଘ ତିନି ବର୍ଷ ପରେ ପ୍ରଥମ ଥ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ପ୍ଲାଷ୍ଟିକ୍ ବୋତଲରେ ଘର!ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ବାଂଲ...
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ମୁଖ୍ୟ ଚୟନକ...
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ନୂଆଦିଲ୍ଲୀର ଅରୁଣ ଜେଟ୍...
ଆଫଗାନିସ୍ତାନର ରାଜନୈତିକ, ମାନବୀୟ ଓ ସୁରକ୍ଷା ପରିସ୍ଥିତିକ...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
ରୁଷରୁ ତେଲ ଓ ଅନ୍ୟ ଶକ୍ତି ଉତ୍ପାଦ କିଣୁଥିବା ଦେଶଗୁଡ଼ିକ ଉ...