ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କ ସମ୍ପର୍କକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆକୃତି ଅଗ୍ରୱାଲ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୃଥ୍ୱୀ ଶ’ଙ୍କ ସହ ତାଙ୍କ ସମ୍ପର୍କ ଶେଷ ହୋଇଥିବା ଜଣାଇଛନ୍ତି।
ରିପୋର୍ଟ ଅନୁସାରେ, ଉଭୟ ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ୨୦୨୫ ମାର୍ଚ୍ଚ ୮ ତାରିଖରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ସେତେବେଳେ ଉଭୟ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିର୍ବନ୍ଧ ସମ୍ପର୍କରେ ସୂଚନା ଦେଇଥିଲେ।
ଏବେ ଆକୃତିଙ୍କ ସଦ୍ୟ ଇନଷ୍ଟାଗ୍ରାମ ପୋଷ୍ଟରୁ ଉଭୟଙ୍କ ରାସ୍ତା ଅଲଗା ହୋଇଥିବା ସ୍ପଷ୍ଟ ହୋଇଛି। ଆକୃତି କହିଛନ୍ତି ଯେ, ଭବିଷ୍ୟତର ଭିନ୍ନ ଲକ୍ଷ୍ୟ ଓ ପରିସ୍ଥିତିକୁ ବିଚାର କରି ସେ ଓ ତାଙ୍କ ମଙ୍ଗେତର ପାରସ୍ପରିକ ସହମତିରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ, ପରସ୍ପର ପ୍ରତି ଭଲପାଇବା ଓ ଯତ୍ନ ଥିଲେ ମଧ୍ୟ ସେମାନଙ୍କ ରାସ୍ତା ହୁଏତ ଏକାଠି ଚାଲିବା ପାଇଁ ନିର୍ଦ୍ଧାରିତ ନଥିଲା। ଆଗକୁ ଉଭୟଙ୍କ ପାଇଁ ଶାନ୍ତି, ସୁଖ ଓ ଭଲ ଭବିଷ୍ୟତ କାମନା କରିବା ସହ ଏହି କଠିନ ସମୟରେ ଗୋପନୀୟତାକୁ ସମ୍ମାନ କରିବାକୁ ଆକୃତି ଅନୁରୋଧ କରିଛନ୍ତି।
ଚଳିତ ବର୍ଷ ଜୁଲାଇରେ ଆକୃତି ଇନଷ୍ଟାଗ୍ରାମରେ ‘ଧୋକା’ ଓ ‘ବିଶ୍ୱାସଘାତ’କୁ ନେଇ ଏକ ପୋଷ୍ଟ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲା। ତେବେ ସେତେବେଳେ ଆକୃତି ସ୍ପଷ୍ଟ କରିଥିଲେ ଯେ ତାଙ୍କ ପୋଷ୍ଟ ପୃଥ୍ୱୀ ଶ’ଙ୍କୁ ନେଇ ନଥିଲା ଏବଂ ତାଙ୍କ ନିର୍ବନ୍ଧ ଭାଙ୍ଗିନଥିଲା।
ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କୁ ପ୍ରଥମେ ୨୦୨୫ରେ ଗଣେଶ ଚତୁର୍ଥୀ ସମୟରେ ସାର୍ବଜନୀନ ଭାବେ ଏକାଠି ଦେଖାଯାଇଥିଲା। ପରେ ବିଭିନ୍ନ ସାମାଜିକ ଅବସରରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଆକୃତି ଅଗ୍ରୱାଲ ଲକ୍ଷ୍ନୌର ବୋଲି ଜଣାପଡ଼ିଥିବା ବେଳେ ସେ ଜଣେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର। ସେ ‘ତ୍ରିମୁଖା’ ନାମକ ଏକ ତେଲୁଗୁ ଫିଲ୍ମ ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରୁଥିବା ନେଇ ରିପୋର୍ଟ ରହିଛି।
ଦକ୍ଷିଣ ଭାରତର ଲୋକଙ୍କ ପାଇଁ ସୁପ୍ରିମକୋର୍ଟରେ ନ୍ୟାୟ ପାଇବ...
ନୂଆଦିଲ୍ଲୀ: ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜାତି (SC) ଓ ଅ...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ନୂଆଦିଲ୍ଲୀ: ‘ଆମେ ଶ୍ରୀକୃଷ୍ଣଙ୍କ ବଂଶଧର, କାହାକୁ ଡ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ପଞ୍ଜାବରେ ନିଶାଦ୍ରବ୍ୟ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ କାର୍...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...