ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ଅକ୍ଷୟ ତୃତୀୟାରୁ ସୁଡ଼ଙ୍ଗ ଖନନ କାମ ଆରମ୍ଭ କରିଥିବାବେଳେ ଅତ୍ୟନ୍ତ ସତର୍କତାର ସହ ଏହାକୁ ଆଗେଇ ନିଆଯାଉଛି।
ପ୍ରଥମ ପର୍ଯ୍ୟାୟରେ ଚାରିଜଣ ପାରଙ୍ଗତ କର୍ମଚାରୀ ହାତରେ ଖନନ କାମ କରୁଛନ୍ତି। କୌଣସି ଯନ୍ତ୍ର ବ୍ୟବହାର କରାଯାଉନି। ଚତୁର୍ଥ ଦିନ ସୁଦ୍ଧା ୨ ଫୁଟ ଚଉଡ଼ା ଓ ୪ ଫୁଟ ଲମ୍ବ ଖନନ କାମ ସମ୍ପୂର୍ଣ୍ଣ ହୋଇଛି। ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟ ଉପରେ ବିଶେଷ ନଜର ରଖିବା ପାଇଁ ମନିଟରିଂ ଟିମ୍ ଗଠନ ହୋଇଛି।
ଇତିହାସ ଅନୁଯାୟୀ ବ୍ରିଟିଶ ଶାସନକାଳରେ ମନ୍ଦିର ଗର୍ଭଗୃହରେ ପଶ୍ଚିମ ପାର୍ଶ୍ୱରୁ ସୁଡ଼ଙ୍ଗ ମାଧ୍ୟମରେ ବାଲି ପୂରଣ କରାଯାଇଥିଲା। ପରେ ଏହି ପଥକୁ ପଥର ଦେଇ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ବାଲି ଅପସାରଣ ଓ ଗର୍ଭଗୃହର ଅବସ୍ଥା ନେଇ ବୈଜ୍ଞାନିକ ମୂଲ୍ୟାଙ୍କନ ଚାଲିଛି।
ଆଇଆଇଟି ମାଦ୍ରାସର ଏକ ରିପୋର୍ଟରେ ବାଲି ଅପସାରଣ ମନ୍ଦିର ପାଇଁ ବିପଦଜନକ ନୁହେଁ ବୋଲି ଉଲ୍ଲେଖ ହେବା ପରେ ଏହି କାମକୁ ଆଗକୁ ବଢ଼ାଯାଇଛି। ଆହୁରି ଦୁଇଟି କୋର ଡ୍ରିଲିଂ ମାଧ୍ୟମରେ ପଥର ଗଠନର ଅବସ୍ଥା ଯାଞ୍ଚ ହେବ।
ସ୍ଥାନୀୟ ବୁଦ୍ଧିଜୀବୀ ଓ ଭୂତତ୍ତ୍ୱବିଦ୍ମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ବୈଜ୍ଞାନିକ ଓ ସତର୍କ ପଦ୍ଧତିରେ କାମ କରିବା ଉପରେ ଜୋର ଦେଇଛନ୍ତି। ଏହି ପଦକ୍ଷେପ କୋଣାର୍କର ଐତିହ୍ୟ ସୁରକ୍ଷା ସହ ପର୍ଯ୍ୟଟନ ଓ ସ୍ଥାନୀୟ ବିକାଶକୁ ମଧ୍ୟ ଗତି ଦେବ ବୋଲି ଆଶା କରାଯାଉଛି।
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...