କେରଳରୁ ଏକ ନୂଆ ସାଇବର ଠକେଇ ଉଦ୍ୟମର ଘଟଣା ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ବିଦ୍ୟା ବାଲକୃଷ୍ଣନଙ୍କୁ ମନ୍ତ୍ରୀ କରିଦେବାର ଲୋଭ ଦେଖାଇ ୩ କୋଟି ଟଙ୍କା ଦାବି କରିଥିଲେ ଜଣେ ସାଇବର ଠକ।
ସୂଚନା ଅନୁସାରେ, ଜୁଲାଇ ୬ ତାରିଖରେ କେରଳର ଏଲାଥୁର ବିଧାନସଭା ଆସନର ବିଧାୟକ ବିଦ୍ୟା ବାଲକୃଷ୍ଣନଙ୍କୁ ଏକ ହ୍ୱାଟସଆପ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ‘ରାଜକୁମାର’ ବୋଲି ପରିଚୟ ଦେବା ସହ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟରୁ କହୁଥିବା ଦାବି କରିଥିଲେ।
ଠକ ଜଣକ କହିଥିଲେ ଯେ, ରାଜ୍ୟ କ୍ୟାବିନେଟ୍ରେ ପୁନର୍ଗଠନ ହେବାକୁ ଯାଉଛି ଏବଂ ସେ ବିଧାୟକଙ୍କୁ ମନ୍ତ୍ରୀ କରାଇପାରିବେ। ଏଥିପାଇଁ ୩ କୋଟି ଟଙ୍କା ଦେବାକୁ ସେ ଦାବି କରିଥିଲେ।
ତେବେ ବିଧାୟକ ବିଦ୍ୟା ବାଲକୃଷ୍ଣନ ଆରମ୍ଭରୁ ଏହି କଲ୍କୁ ସନ୍ଦେହଜନକ ବୋଲି ଅନୁଭବ କରିଥିଲେ। ସେ ଠକଙ୍କ ସହ ପ୍ରାୟ ୧୦ ମିନିଟ୍ କଥା ହୋଇ ତାଙ୍କ ଯୋଜନା ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ।
ପରେ ବିଧାୟକ ସେହି ସାଂସଦଙ୍କ ସହ ଯୋଗାଯୋଗ କରିଥିଲେ, ଯାହାଙ୍କ ନାମ ଠକ ବ୍ୟକ୍ତି ବ୍ୟବହାର କରିଥିଲା। ସାଂସଦ ମଧ୍ୟ ଏଭଳି ଏକ କଲ୍ ପାଇଥିବା ଜଣାଇଥିଲେ। ପରେ ଉଭୟେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିଥିଲେ।
ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି କୌଣସି କଲ୍ କରାଯାଇନଥିବା ସ୍ପଷ୍ଟ କରାଯାଇଥିଲା। ଏହା ପରେ ବିଧାୟକ କୋଝିକୋଡ୍ ସାଇବର ସେଲ୍ରେ ଅଭିଯୋଗ କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ନକଲି ହ୍ୱାଟସଆପ୍ କଲ୍ ଦିଲ୍ଲୀରୁ ଆସିଥିଲା। ପୁଲିସ ମାମଲା ରୁଜୁ କରି ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରଖିଛି।
ଏହି ଘଟଣା ଦର୍ଶାଉଛି ଯେ, ସାଇବର ଅପରାଧୀମାନେ ଏବେ କେବଳ ସାଧାରଣ ଲୋକ ନୁହେଁ, ବରଂ ରାଜନେତା ଓ ଜନପ୍ରତିନିଧିଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି।
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...