ମଙ୍ଗଳବାର ଦିନ ଓଡ଼ିଶାରେ ଏକ ବିଶାଳ ବହୁ-କ୍ଷେତ୍ରୀୟ ନିବେଶ ଘୋଷଣା କରିଛନ୍ତି କରଣ ଆଦାନୀ, ଯାହା ରାଜ୍ୟର ଶିଳ୍ପ ଏବଂ ଡିଜିଟାଲ୍ ବିକାଶରେ ନୂଆ ଦିଗ ଖୋଲିବାକୁ ଯାଉଛି।
ଭୁବନେଶ୍ୱର ରେ ଆୟୋଜିତ ଏକ ଶିଳାନ୍ୟାସ ଉତ୍ସବରେ ଭାଷଣ ଦେଇ ସେ ଡାଟା ଭିତ୍ତିଭୂମି, ଶକ୍ତି ଓ ଉତ୍ପାଦନ କ୍ଷେତ୍ରରେ ମୋଟ ₹33,000 କୋଟିରୁ ଅଧିକ ନିବେଶର ତିନୋଟି ବଡ଼ ପ୍ରକଳ୍ପ ଘୋଷଣା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୋହନ ଚରଣ ମାଝୀ ସହ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। ଆଦାନୀ କହିଥିଲେ ଯେ ଦୃଢ଼ ଶାସନ, ପ୍ରାକୃତିକ ସମ୍ପଦ ଓ ରଣନୈତିକ ସ୍ଥାନ ଯୋଗୁଁ ଓଡ଼ିଶା ଭବିଷ୍ୟତରେ ଏକ ମୁଖ୍ୟ ଅର୍ଥନୈତିକ କେନ୍ଦ୍ର ହେବାକୁ ପ୍ରସ୍ତୁତ।
ଆଦାନୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଭବିଷ୍ୟତ ଅର୍ଥନୀତିକୁ ମଜବୁତ କରିବ ଏବଂ 2036 ସୁଦ୍ଧା $500 billion ଓ 2047 ସୁଦ୍ଧା $1.5 trillion ଅର୍ଥନୀତି ହେବା ଲକ୍ଷ୍ୟକୁ ସହଯୋଗ କରିବ।
ସେ ଓଡ଼ିଶାର ଐତିହାସିକ ଗୁରୁତ୍ୱକୁ ଉଲ୍ଲେଖ କରି କହିଥିଲେ ଯେ ଏହା ଦୀର୍ଘଦିନ ଧରି ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ର ରହିଛି ଏବଂ ବର୍ତ୍ତମାନ ଭାରତର ଶିଳ୍ପ ଅଭିବୃଦ୍ଧିରେ ଏକ ମୁଖ୍ୟ ଭୂମିକା ନେବ।
ସେ ରାଜ୍ୟ ସରକାରଙ୍କ business-friendly policy ଓ ନିବେଶକୁ ସହଜ କରିବାର ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ।
ଶେଷରେ ସେ କହିଥିଲେ ଯେ ଏହି ନିବେଶ କେବଳ ଭିତ୍ତିଭୂମି ଉନ୍ନତି ନୁହେଁ, ବରଂ ଓଡ଼ିଶାର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଏକ ଦୀର୍ଘକାଳୀନ ପ୍ରତିବଦ୍ଧତା।
ଗଞ୍ଜାମ: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶ...
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଓଡ଼ିଶା-ଆନ୍ଧ୍ର ଉପ...
ବାଲେଶ୍ୱର: ସାଧାରଣତଃ ସ୍କୁଲ କାନ୍ଥରେ ଚିତ୍ର ଆଙ୍କିବା ପାଇ...
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ୮ ବର୍ଷ...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ମେଘାଳୟ ରାଜନୀତିରେ ବଡ଼ ଦଳବଦଳ ଦେଖିବାକୁ ମିଳିଛି। UDPର ୮...
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ବିଶେଷ ନୀତିକାନ୍ତି ପା...
୧୯୯୪ ମସିହାରେ ମାତ୍ର ୫୦୦ ଟଙ୍କା ମାସିକ ଦରମାରେ ସରକାରୀ ଚ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବରରେ ଆମେରିକା ଗସ୍...
ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର (PEO...