ଓଡ଼ିଶା ସରକାରଙ୍କ ୪୩ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ସେଥିମଧ୍ୟରୁ ଜୟଦେବ ବିହାର–ନନ୍ଦନକାନନ ୬ ଲେନ୍ ସଡ଼କ ପ୍ରକଳ୍ପ ଅନ୍ୟତମ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ଅନୁଯାୟୀ, ଭୁବନେଶ୍ୱର ଟ୍ରାଫିକ୍ ଡିକଞ୍ଜେସନ୍ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ସଡ଼କ ୬ ଲେନ୍ ବିଶିଷ୍ଟ ହେବା ସହ ଉଭୟ ପାର୍ଶ୍ୱରେ ୨ ଲେନ୍ ସର୍ଭିସ୍ ରୋଡ୍ ନିର୍ମାଣ କରାଯିବ। ସମସ୍ତ ପ୍ରଶାସନିକ ଅନୁମୋଦନ ଓ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
₹୫୭୯ କୋଟି ବ୍ୟୟରେ ଏହି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରେ ଫ୍ଲାଏଓଭର, ଅଣ୍ଡରପାସ୍, ସବୱେ, ପାର୍କିଂ ବ୍ୟବସ୍ଥା ଓ ବାଣିଜ୍ୟିକ ବିକାଶର ବ୍ୟବସ୍ଥା ମଧ୍ୟ ରହିବ, ଯାହା ଭୁବନେଶ୍ୱରର ଟ୍ରାଫିକ୍ ଚାପ କମାଇବା ସହ ସଂଯୋଗ ବ୍ୟବସ୍ଥାକୁ ଉନ୍ନତ କରିବ।
ଏହାବ୍ୟତୀତ କ୍ୟାବିନେଟ୍ କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ବ୍ରିଜ୍ କରିଡର, ସୁନ୍ଦରଗଡ଼ରେ ₹୧୬୦ କୋଟି ବ୍ୟୟରେ ଡୁଡକା–ଗୋପାଳପୁର–ଟପରିଆ ଡାଇଭର୍ସନ୍ ରୋଡ୍, ₹୨,୨୯୫ କୋଟିର ଗଭୀର ସମୁଦ୍ର ମତ୍ସ୍ୟ ମିଶନ, ₹୨୬୮ କୋଟିର ଅତ୍ୟାଧୁନିକ ଡାଟା ସେଣ୍ଟର ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନୂତନ ନୀତିକୁ ମଧ୍ୟ ଅନୁମୋଦନ କରିଛି।
ଜଳ ସମ୍ପଦ ବିଭାଗ ଅଧୀନରେ କଳାହାଣ୍ଡି ଓ ବରଗଡ଼ରେ ଦୁଇଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ, ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ୭୬୫ କେଭି ଗ୍ରିଡ୍ ସବ୍-ଷ୍ଟେସନ୍ ଏବଂ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଯୋଜନା ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...