ଯାଜପୁର ଜିଲ୍ଲାରବାରୀ ବ୍ଲକ ଅଧୀନ କିମିରିଆପାଳ ପଞ୍ଚାୟତର ଭାଲିନୁଆ ଗାଁରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ। ଅନେକ ଘର ଏବେ ମଧ୍ୟ ଜଳମଗ୍ନ ଥିବାରୁ ଶତାଧିକ ଲୋକ ଘର ଛାତ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେଇ ରହିଛନ୍ତି।
ଏହି ବନ୍ୟାରେମାଲଦା, କିମିରିଆପାଳ ଓ ଉଦୟପୁରଗାଁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଁରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।
ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେଇଥିବା ଲୋକମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛିଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଔଷଧର ଅଭାବ। ରାସ୍ତାଘାଟ ଜଳମଗ୍ନ ଥିବାରୁ ସହାୟତା ପହଞ୍ଚିପାରୁ ନାହିଁ ଏବଂ ନଳକୂପ ମଧ୍ୟ ପାଣି ତଳେ ରହିଛି।
ଗ୍ରାମବାସୀଙ୍କ ଅଭିଯୋଗ,ଗତ ଦୁଇ ଦିନ ଧରି କୌଣସି ରିଲିଫ୍ କିମ୍ବା ସହାୟତା ପହଞ୍ଚିନାହିଁ। ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ, ସରପଞ୍ଚ କିମ୍ବା ଜନପ୍ରତିନିଧି ଗାଁକୁ ଆସିନାହାନ୍ତି ବୋଲି ସେମାନେ ଦାବି କରିଛନ୍ତି।
ବନ୍ୟା ପ୍ରଭାବିତ ଅଞ୍ଚଳରେବିଦ୍ୟୁତ ସଂଯୋଗ, ମୋବାଇଲ୍ ନେଟୱର୍କ ଓ ବିଶୁଦ୍ଧ ପାନୀୟ ଜଳ ସେବା ସମ୍ପୂର୍ଣ୍ଣ ବନ୍ଦରହିଛି। ଏହା ଫଳରେ ଲୋକମାନେ ବାହ୍ୟ ଜଗତ ସହ ଯୋଗାଯୋଗ କରିପାରୁ ନାହାନ୍ତି।
ଜଣେ ଆଶାକର୍ମୀଙ୍କ କହିବା ଅନୁସାରେ, ବନ୍ୟା ପରିସ୍ଥିତି ଯୋଗୁଁବାନ୍ତି ଓ ଡାଇରିଆଭଳି ରୋଗର ଆଶଙ୍କା ବଢ଼ିଛି। ସେ ଘରକୁ ଘର ଯାଇ ORS ଓ ପ୍ରାଥମିକ ଔଷଧ ବଣ୍ଟନ କରୁଥିଲେ ମଧ୍ୟ ବନ୍ୟାଜଳ ଯୋଗୁଁ ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି।
ବନ୍ଧ ଭାଙ୍ଗି ବନ୍ୟାଜଳ ଘରେ ପ୍ରବେଶ କରିବା ପରେ ଅନେକ ପରିବାର ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ସେଠାରେ ମଧ୍ୟ ଖାଦ୍ୟ ଓ ପାନୀୟ ଜଳର ଅଭାବ ରହିଛି।
ଜଣେ ବୃଦ୍ଧା କହିଛନ୍ତି, ବନ୍ୟାଜଳ ଘରେ ପ୍ରବେଶ କରିଥିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ଅନ୍ୟପଟେ ଶିଶୁମାନେ ଖାଦ୍ୟ ଓ ବିଶୁଦ୍ଧ ପାଣି ନ ପାଇ ଅଧିକ କଷ୍ଟ ପାଉଛନ୍ତି। ବନ୍ୟା ପରେ ସାପ ଘର ଓ ଆଶ୍ରୟସ୍ଥଳକୁ ପ୍ରବେଶ କରୁଥିବାରୁ ଲୋକମାନେ ଆତଙ୍କରେ ରହିଛନ୍ତି।
ପାଣି କମିବା ସତ୍ତ୍ୱେ ବାରୀ ବ୍ଲକର ଶତାଧିକ ପରିବାର ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଗ୍ରାମବାସୀମାନେ ଶୀଘ୍ର ପ୍ରଶାସନିକ ସହାୟତା ଓ ରିଲିଫ୍ ବଣ୍ଟନ ଦାବି କରିଛନ୍ତି।
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍...
ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବ...
ଉତ୍ତରପ୍ରଦେଶରେ ମୌସୁମୀ ବର୍ଷା ଏବେ ଲୋକଙ୍କ ଚିନ୍ତା ବଢ଼ାଇ...
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଥରକଟା ଗାଁର...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଦେଶରେ ମୌସୁମୀର ପ୍ରଭାବ ଆହୁରି ତୀବ୍ର ହେବାର ଆଶଙ୍କା। ଅଗଷ...
ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନ...
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ଦୀର୍ଘ ଆଲୋଚନା ପରେ Public Examinations (Prevention o...