ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନସୂପା ହ୍ରଦସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ବନ୍ୟାଜଳ ହ୍ରଦ ପରିସରରେ ପ୍ରବେଶ କରିବାରୁ ଲେକ୍ ପାର୍କ ଜଳମଗ୍ନ ହୋଇଥିବା ବେଳେ ବୋଟିଂ ଟିକେଟ୍ କାଉଣ୍ଟର ମଧ୍ୟ ପାଣି ତଳେ ରହିଛି। ଫଳରେ ଅନସୂପାରେ ପର୍ଯ୍ୟଟନ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ପାର୍କ ଭିତରେ ପ୍ରାୟଅଣ୍ଟାଏ ପର୍ଯ୍ୟନ୍ତ ପାଣିଜମିଥିବାରୁ ସାଧାରଣ ଲୋକଙ୍କ ପ୍ରବେଶକୁ ମଧ୍ୟ ବନ୍ଦ କରାଯାଇଛି। ବନ୍ୟାଜଳ ବୃଦ୍ଧି ସହ କଟକ ଜିଲ୍ଲାର ଅନେକ ନିମ୍ନାଞ୍ଚଳରେ ବନ୍ୟା ସଙ୍କଟ ଆହୁରି ଗମ୍ଭୀର ହୋଇଛି।
ମହାନଦୀର ଫୁଲିଥିବା ଜଳସ୍ତର ପ୍ରଭାବରେଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ତିଗିରିଆ ବ୍ଲକରବଡ଼ନଉପୁଟ, ସୋମପଡ଼ା, ହଟ୍ଟମାଳ ଓ ଗଦାଧରପୁର ପଞ୍ଚାୟତରେ ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରିଛି। ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ଅନେକ ଗାଁର ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାଙ୍କୀ ବ୍ଲକରଓସ୍ତିଆ, ସୁବର୍ଣ୍ଣପୁର ଓ ବନ୍ଦାଳ ପଞ୍ଚାୟତଅଧୀନରେ ଥିବା୧୫ରୁ ଅଧିକ ଗାଁବନ୍ୟା ପ୍ରଭାବରେ ରହିଛି। ବନ୍ୟାଜଳ ଚାଷଜମି ଓ ବସତି ଅଞ୍ଚଳରେ ପ୍ରବେଶ କରିଥିବାରୁ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି।
ଓଡ଼ିଶାର କେତେକ ବନ୍ୟା ପ୍ରଭାବିତ ଜିଲ୍ଲାରେ ଜଳସ୍ତର ଧୀରେ ଧୀରେ କମୁଥିଲେ ମଧ୍ୟ କଟକ ଜିଲ୍ଲାର ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି। ଅନସୂପା ହ୍ରଦ ସମେତ ବିଭିନ୍ନ ନିମ୍ନାଞ୍ଚଳ ଜଳମଗ୍ନ ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହି ସ୍ଥିତି ଉପରେ ନଜର ରଖିଛି।
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...