ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଥରକଟା ଗାଁର ପଞ୍ଚମ ଶ୍ରେଣୀର ଛାତ୍ର ପ୍ରଭୁପାଦ ଜେନା ସ୍କୁଲରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦୁର୍ଘଟଣାରେ ସେ ସାଇକେଲରୁ ଖସିପଡ଼ିବା ସହ ସାଇକେଲର ହ୍ୟାଣ୍ଡେଲ ତାଙ୍କ ପେଟରେ ପଶିଯାଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ।
ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବେରହାମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଥିଲା।
ଛାତ୍ରଙ୍କ ପିତା କହିଛନ୍ତି ଯେ, ପୁଅ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଆଘାତ ଏତେ ଗୁରୁତର ଥିଲା ଯେ ତାଙ୍କ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା। ପ୍ରାୟ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା।
ସେ ଆହୁରି କହିଛନ୍ତି ଯେ, ପୁଅଙ୍କ କହିବା ଅନୁସାରେ ଏକ ମୋଟରସାଇକେଲ ପଛପଟୁ ଧକ୍କା ଦେଇଥିବାରୁ ସେ ସନ୍ତୁଳନ ହରାଇ ଖସିପଡ଼ିଥିଲେ ଏବଂ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର ସତ୍ୟତା ନେଇ ପୋଲିସ ତଦନ୍ତ ଜାରି ରଖିଛି।
ଛାତ୍ରଙ୍କ ଜୀବନ ବଞ୍ଚାଇବା ପାଇଁ ପୁରୀ SDPO ଏବଂ କୃଷ୍ଣପ୍ରସାଦ ପୋଲିସଙ୍କ ପକ୍ଷରୁ ପ୍ରାୟ୮୦ କିଲୋମିଟର ଦୀର୍ଘ ଗ୍ରୀନ୍ କରିଡୋରସୃଷ୍ଟି କରାଯାଇଥିଲା। ଏହା ଫଳରେ ଆମ୍ବୁଲାନ୍ସଟି ବିନା ବାଧାରେ ଦ୍ରୁତ ଗତିରେ ବେରହାମପୁର MKCG ମେଡିକାଲ କଲେଜରେ ପହଞ୍ଚିପାରିଥିଲା।
ସରକାରୀ ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରଭୁପାଦ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ଡାକ୍ତରମାନଙ୍କ ନିରୀକ୍ଷଣରେ ଚିକିତ୍ସାଧୀନ ଅଛନ୍ତି।
ତାମିଲନାଡ଼ୁର ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ମଧ୍ୟାହ୍ନ...
ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା ଏବେ ଚିନ୍ତା ବଢ଼ାଇ...
ଦୀର୍ଘ ଆଲୋଚନା ପରେ Public Examinations (Prevention o...
ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅଧୀନ ଡେଙ୍ଗାସଖାଲ ସରକାରୀ ଉ...
ଝାଡ଼ଖଣ୍ଡର ଧନବାଦରେ ଅବୈଧ କୋଇଲା ଖନନ ଓ ମନି ଲଣ୍ଡରିଂ ମାମ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବ...
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ୨୦୨...
‘ବନ୍ଦେ ମାତରମ୍’କୁ ଅପମାନ କରିବା କିମ୍ବା ଏହ...