ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗୁରୁତର ହୋଇଛି। ବନ୍ୟାଜଳ ବିସ୍ତୃତ ଅଞ୍ଚଳକୁ ପ୍ରବେଶ କରିବାରୁ ଆଠଗଡ଼, ଟିଗିରିଆ ଓ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ବହୁ ଗାଁରେ ଲୋକମାନେ ବନ୍ୟାଜଳ ମଧ୍ୟରେ ଫସି ରହିଥିବା ବେଳେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଟିଗିରିଆ ବ୍ଲକର ବଡ଼ନଉପୁଟ, ସୋମପଡ଼ା, ହଟ୍ଟମାଳ ଓ ଗଦାଧରପୁର ପଞ୍ଚାୟତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟାଜଳ ଘରବାଡ଼ି ଓ ରାସ୍ତାରେ ପଶିବାରୁ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।
ବାଙ୍କୀ ବ୍ଲକର ଉତ୍ତରାଞ୍ଚଳରେ ଥିବା ଅସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ସମେତ ପ୍ରାୟ ୧୫ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ଏବଂ ଅନେକ ଗାଁର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି।
ବନ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ପ୍ରଶାସନ ସମସ୍ୟାର ସମ୍ମୁଖୀନ ହେଉଛି। ସେହିପରି ବନ୍ୟାଜଳରେ ଚାଷଜମି ଓ ପନିପରିବା ଫସଲର ବ୍ୟାପକ କ୍ଷତି ଘଟିଥିବା ଖବର ମିଳିଛି।
ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପଦକ୍ଷେପ ଜାରି ରହିଛି।
ଭାରତରେ ଚାଉଳ ଉତ୍ପାଦନକୁ ନେଇ ଆସିଛି ଚିନ୍ତାଜନକ ଖବର।ଦୁର୍...
ଷ୍ଟକ୍ ମାର୍କେଟ୍ରେ ନିବେଶ କରୁଥିବା ଲୋକେ ନିଜ ପୋର୍ଟଫୋଲିଓ...
ଓଡ଼ିଶାରୁ ଲଣ୍ଡନ ଏବଂ ଲଣ୍ଡନର ଅନ୍ତର୍ଜାତୀୟ ଫ୍ୟାଶନ ରନୱେର...
୨୦୨୭ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ନିଜର ସା...
N Chandrasekaranଙ୍କ କାହାଣୀ ଗ୍ରାମୀଣ ସରକାରୀ ସ୍କୁଲରୁ...
ଗୁରୁବାର ଭାରତୀୟ ଶେୟର ବଜାରରେ ମିଶ୍ରିତ କାରବାର ଦେଖିବାକୁ...
ବିମାନ ଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ପକ୍ଷରୁ ଶୁଳ୍କ ବୃଦ୍ଧିର...
ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଅଧିକ...