ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଚାରିଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି।
ଭଦ୍ରକ, ଯାଜପୁର, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ବନ୍ୟା ସ୍ଥିତି ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ସଦ୍ୟତମ ସୂଚନା ଅନୁଯାୟୀ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଯାଜପୁର ଜିଲ୍ଲାର କାଣି ନଦୀରେ ବୁଧବାର ଦିନ ଏକ ନୂଆ ଘାଇ ସୃଷ୍ଟି ହୋଇଥିଲା, ଯାହା ଫଳରେ ଅଧିକ ଆବାସିକ ଓ କୃଷି ଅଞ୍ଚଳ ଜଳମଗ୍ନ ହୋଇଯାଇଛି।
ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଜଳବନ୍ଦୀ ଓ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ସତର୍କତାମୂଳକ ପଦକ୍ଷେପ ଭାବେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।
ଭାରତରେ ବାମପନ୍ଥୀ ଦଳଗୁଡ଼ିକର ରାଜନୈତିକ ପ୍ରଭାବ ଗତ କିଛି...
୨୦୧୩ର Jhiram Valley ମାଓବାଦୀ ଆକ୍ରମଣ ମାମଲାରେ୧୩ ବର୍ଷ...
ଟେକ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ...
UPI ପେମେଣ୍ଟରେ ନୂଆ MDR ଲାଗୁ ହେବା ପରେ ଏହାର ଅତିରିକ୍ତ...
SEMICON India 2026ରେ ଓଡ଼ିଶାର ଦବଦବା, NIT Rourkelaର...
ଓଡ଼ିଶାର ପ୍ରମୁଖ ମହିଳାକେନ୍ଦ୍ରିକ କଲ୍ୟାଣ ଯୋଜନାSubhadra...
ସମ୍ବଲପୁର ସହରରେ ରାସ୍ତାକଡ଼ରେ ଥିବା ଅନଧିକୃତ ଦୋକାନ ଓ ଷ୍...
କଟକ ଜିଲ୍ଲା ଖୁଣ୍ଟୁଣୀ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଦ...
ଛୋଟ ପିଲାଙ୍କ ପାସପୋର୍ଟକୁ ନେଇ ବଡ଼ ପରିବର୍ତ୍ତନ କରିଛି କେ...
୨୦୨୭ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ନିଜର ସା...