ଆମେରିକା ଓ ଇରାନ ମଧ୍ୟରେ ବିବାଦ ପୁଣି ଥରେ ଉଗ୍ର ରୂପ ନେଇଥିବା ବେଳେ ମଧ୍ୟପ୍ରାଚ୍ୟରେ ତଣାପୋଡ଼ ଆହୁରି ବଢ଼ିଛି। ଏହି ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।
ଆମେରିକୀୟ ଡିଜିଟାଲ ମିଡିଆ ସଂସ୍ଥା Axiosର ରିପୋର୍ଟ ଅନୁଯାୟୀ, ଏୟାର ଫୋର୍ସ ୱାନ୍ ବିମାନରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଯେ, କିଛି ସମୟ ପୂର୍ବରୁ ଇରାନୀ ଅଧିକାରୀମାନେ ଫୋନ୍ କରି ଆପୋଷ ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଇରାନ କୌଣସି ଚୁକ୍ତି ପାଳନ କରିବ କି ନାହିଁ, ସେନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି।
ଏହି ଦାବି ପରେ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚି ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଇରାନ ଅପମାନଜନକ ଭାଷାରେ ନୁହେଁ, ବରଂ ନିଜ କାର୍ଯ୍ୟ ଦ୍ୱାରା ଉତ୍ତର ଦେଇଥାଏ। ସେ କହିଛନ୍ତି, କୌଣସି ପ୍ରକାରର ଚାପ କିମ୍ବା ଧମକ ଇରାନର ସାର୍ବଭୌମତ୍ୱ ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ପ୍ରତି ଥିବା ଦୃଢ଼ତାକୁ ଦୁର୍ବଳ କରିପାରିବ ନାହିଁ।
ଏପଟେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକା ପକ୍ଷରୁ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଥିବା ଖବର ମିଳିଛି। ଚାବାହାର ବନ୍ଦରରୁ ବନ୍ଦର ଆବାସ ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ବୋମାମାଡ଼ କରାଯାଇଥିବା ଦାବି ହେଉଛି।
ଏହାର ପୂର୍ବଦିନ ଟ୍ରମ୍ପ କହିଥିଲେ ଯେ, ଇରାନ ଓ ଆମେରିକା ମଧ୍ୟରେ ଥିବା ଅସ୍ତ୍ରବିରତି ଚୁକ୍ତି ଆଉ ପ୍ରଭାବୀ ନୁହେଁ। ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ସେ କହିଥିଲେ ଯେ, ଇରାନ ପକ୍ଷରୁ ଯେକୌଣସି ଆକ୍ରମଣର ଆମେରିକା ଅଧିକ କଠୋର ଜବାବ ଦେବ।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର...
ଦୀପାବଳି ସଫାସୁତୁରା କେବଳ ଘରେ ନୁହେଁ, ଆର୍ଥିକ ଜୀବନରେ ବି...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...