ହର୍ମୁଜ୍‌ରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ ବନ୍ଦ କର; ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ନୌଚାଳନା ଓ ବାଣିଜ୍ୟକୁ ସୁରକ୍ଷିତ ରଖିବା ସହ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରିଛନ୍ତି।
Indian envoy at the United Nations condemns attacks on commercial ships in the Strait of Hormuz amid rising West Asia tensions.
Indian envoy at the United Nations condemns attacks on commercial ships in the Strait of Hormuz amid rising West Asia tensions.

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିବ୍ର ଉତ୍ତେଜନା ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହେଉଥିବା ଆକ୍ରମଣକୁ ଭାରତ କଡ଼ା ଭାବରେ ନିନ୍ଦା କରିଛି।

ଜାତିସଂଘ ସୁରକ୍ଷା ପରିଷଦରେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆୟୋଜିତ ଖୋଲା ଚର୍ଚ୍ଚାରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପାର୍ବଥନେନୀ ହରିଶ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଭଳି ଆନ୍ତର୍ଜାତୀୟ ଜଳପଥରେ ମୁକ୍ତ ଓ ନିରାପଦ ନୌଚାଳନା ସୁନିଶ୍ଚିତ ହେବା ଆବଶ୍ୟକ।

ସେ କହିଛନ୍ତି ଯେ, ସାମ୍ପ୍ରତିକ ଆକ୍ରମଣରେ ଅନେକ ଭାରତୀୟ ନାଗରିକ ଆହତ ହୋଇଥିବା ବେଳେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି ଓ ଜଣେ ନିଖୋଜ ଅଛନ୍ତି। ଏଭଳି ଘଟଣା ଆନ୍ତର୍ଜାତୀୟ ବାଣିଜ୍ୟ ଓ ସମୁଦ୍ର ପଥର ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପକାଉଛି।

ହରିଶ ଆହୁରି କହିଛନ୍ତି ଯେ, ପଶ୍ଚିମ ଏସିଆ ଭାରତ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଏହି ଅଞ୍ଚଳ ସହ ଭାରତର ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧୮୦ ବିଲିୟନ ଡଲାର ହୋଇଥିବା ବେଳେ, ଗଲ୍ଫ ଦେଶଗୁଡ଼ିକରୁ ୩୧ ବିଲିୟନ ଡଲାରରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଆସିଛି।

ସେ ଦୋହରାଇଛନ୍ତି ଯେ, ପ୍ରାୟ ୧ କୋଟି ଭାରତୀୟ ଗଲ୍ଫ ଦେଶଗୁଡ଼ିକରେ ବସବାସ ଓ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସୁରକ୍ଷା ଭାରତ ପାଇଁ ସର୍ବାଧିକ ପ୍ରାଥମିକତା। ଭାରତ ଏହି ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଆଲୋଚନା ଓ କୂଟନୀତିକୁ ସମର୍ଥନ କରୁଛି।

LIVE TV
LIVE
Latest News
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ୭୦ ପ୍ଲାଟୁନ୍‌...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡ଼ିଶା ଗସ୍ତରେ ଆ...

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସରକାରଙ୍କ ତତ୍ପରତା: ଜିଲ୍ଲାପାଳଙ୍କ ଛୁଟି ବାତିଲ୍, ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସରକାରଙ୍କ ତତ୍ପରତା: ଜିଲ୍ଲାପାଳଙ୍କ...

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...

‘ମନ କି ବାତ’ରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ପାଇଁ ଆହ୍ୱାନ

‘ମନ କି ବାତ’ରେ ଭୋକାଲ୍ ଫର୍ ଲୋକାଲ୍...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ&rsquo...

ମହାକାଶ ମିଶନ ପାଇଁ ଇସ୍ରୋର ବଡ଼ ଯୋଜନା: ୨୦୨୯ ସୁଦ୍ଧା ୪ ଲଞ୍ଚ୍ ପ୍ୟାଡ୍, ଗଗନଯାନ ଓ ଚନ୍ଦ୍ରଯାନ-୫ ଉପରେ ଫୋକସ୍

ମହାକାଶ ମିଶନ ପାଇଁ ଇସ୍ରୋର ବଡ଼ ଯୋଜନା:...

ଭାରତର ମହାକାଶ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦିଗର...

ଅପରେସନ ସିନ୍ଦୂରରେ ଭାରତର ମହାପ୍ରହାର: ବାୟୁସେନା ମୁଖ୍ୟଙ୍କ ଦୃଢୋକ୍ତି

ଅପରେସନ ସିନ୍ଦୂରରେ ଭାରତର ମହାପ୍ରହାର: ବାୟୁସେନା ମୁଖ୍ୟଙ୍କ...

ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନ ବିର...

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ ବାହାରକୁ ଗଲା ୨.୭ ବିଲିୟନ ଡଲାର

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ...

ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...

ଆନ୍ଧ୍ର ଉପକୂଳ ଆଡ଼କୁ ବାତ୍ୟା ଆଶଙ୍କା! ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆନ୍ଧ୍ର ଉପକୂଳ ଆଡ଼କୁ ବାତ୍ୟା ଆଶଙ୍କା! ଓଡ଼ିଶାର...

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ ଟାର୍ଗେଟ୍‌: AI ନେଇ ମାଇକ୍ରୋସଫ୍ଟର ଚେତାବନୀ

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ...

ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+