ଗ୍ରାମାଞ୍ଚଳର ସ୍କୁଲ୍ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା ସହ ପାଠ୍ୟପୁସ୍ତକରେ ପଢ଼ୁଥିବା ବିଜ୍ଞାନକୁ ପ୍ରାକ୍ଟିକାଲ୍ ଭାବେ ବୁଝାଇବା ପାଇଁ IIT Mandi ଏକ ନୂଆ ପଦକ୍ଷେପ ନେଇଛି। IIT Mandi, Plaksha University ଏବଂ Igniting Dreams of Young Minds (IDYM) Foundation ମିଳିତ ଭାବେ ‘Science on Wheels’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମର ହିମାଚଳ ପ୍ରଦେଶ ପର୍ଯ୍ୟାୟ ଅକ୍ଟୋବର ୧୭ରେ IIT Mandi Campus Schoolରେ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ Department of Science and Technology (DST) ଅଧୀନ NCSTCର ସମର୍ଥନରେ ଏହି ପ୍ରକଳ୍ପ ଚାଲିଛି।
ପୂର୍ବରୁ ଏହି ‘Science on Wheels’ ପ୍ରକଳ୍ପ ଛତିଶଗଡ଼ ଓ ପଞ୍ଜାବର ୭୦ଟି ସ୍କୁଲ୍ର ୭,୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିସାରିଛି। ଏବେ ହିମାଚଳ ପ୍ରଦେଶର ମାଣ୍ଡି, କୁଲ୍ଲୁ, ବିଲାସପୁର, ହମିରପୁର ଓ କାଙ୍ଗ୍ରା ଜିଲ୍ଲାର ୫୦ଟି ସ୍କୁଲ୍କୁ କଭର୍ କରିବା ଲକ୍ଷ୍ୟ ରହିଛି।
ପ୍ରଥମ ପର୍ଯ୍ୟାୟରେ ମାଣ୍ଡି ଜିଲ୍ଲାର Badog, Baggi (K), Bari Gumanu, Batheri ଓ Deoriର ସରକାରୀ Senior Secondary Schoolଗୁଡ଼ିକୁ ଟିମ୍ ପରିଦର୍ଶନ କରିଛି। ଏହି କାର୍ଯ୍ୟକ୍ରମ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହେବ। ପ୍ରତ୍ୟେକ ସ୍କୁଲ୍ରେ ପ୍ରାୟ ୬ ଘଣ୍ଟାର ଶିକ୍ଷଣମୂଳକ କାର୍ଯ୍ୟକ୍ରମ ରହିବ।
‘Science on Wheels’ରେ Space Technology, Robotics, Sustainability ଓ Water Filtration—ଏହି ୪ଟି ମୁଖ୍ୟ ବିଷୟ ଉପରେ ପିଲାମାନଙ୍କୁ hands-on learning ଦିଆଯିବ। କେବଳ ସିଦ୍ଧାନ୍ତ ନୁହେଁ, ବିଭିନ୍ନ ପରୀକ୍ଷଣ ଓ ପ୍ରଦର୍ଶନ ମାଧ୍ୟମରେ ବିଜ୍ଞାନକୁ ବୁଝିବାର ସୁଯୋଗ ମିଳିବ।
କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା Live Hydro Rocket Launch। ଏହା ମାଧ୍ୟମରେ force, pressure ଓ motion ଭଳି ବିଜ୍ଞାନର ମୌଳିକ ଧାରଣାକୁ ପିଲାମାନଙ୍କୁ ପ୍ରାକ୍ଟିକାଲ୍ ଭାବେ ବୁଝାଇ ଦିଆଯାଇଥିଲା।
IIT Mandiର Director Professor Laxmidhar Behera କହିଛନ୍ତି, ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ। ଏଭଳି ପଦକ୍ଷେପ ଭବିଷ୍ୟତରେ ଭାରତରେ ଅତ୍ୟାଧୁନିକ ପ୍ରଯୁକ୍ତି ବିକଶିତ କରିବାକୁ ସକ୍ଷମ ଯୁବପିଢ଼ି ତିଆରି କରିପାରିବ ବୋଲି ସେ କହିଛନ୍ତି।
ଆସନ୍ତା ସପ୍ତାହଗୁଡ଼ିକରେ ଏହି ଅଭିଯାନ ହିମାଚଳ ପ୍ରଦେଶର ଅନ୍ୟ ଜିଲ୍ଲାକୁ ମଧ୍ୟ ବିସ୍ତାର କରାଯିବ। ଏହା ଦ୍ୱାରା ଦୂରଦୂରାନ୍ତର ସ୍କୁଲ୍ ପିଲାମାନଙ୍କ ମଧ୍ୟରେ scientific curiosity, rational thinking, creativity ଓ innovation ବଢ଼ିବା ଆଶା କରାଯାଉଛି।
ମୁମ୍ବାଇ:କ୍ରିକେଟ୍ ଓ ସିନେମା ଜଗତର ଚର୍ଚ୍ଚିତ ଦମ୍ପତି ବିର...
ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ବିଭ...
ଆନ୍ଧ୍ର ଉପକୂଳରେ ବଡ଼ ବିପଦର ଆଶଙ୍କା IMDର ନୂଆ ସୂଚନା...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ...
‘ଅର୍ଣ୍ଣବ’ ନାମ କିଏ ଦେଇଛି? ବାଂଲାଦେଶ &...
ଆୟୁଷ୍ମାନ ଖୁରାନା ଓ ସାରା ଅଲି ଖାନଙ୍କ ‘Udta Teer...
‘Rise & Fall Season 2’ର ନୂଆ ଏପିସୋଡ...
ଚେନ୍ନାଇ: ସୁପରଷ୍ଟାରରଜନୀକାନ୍ତଙ୍କ ‘Jailer 2&rsq...