କର୍ପୋରେଟ କାର୍ଯ୍ୟମନ୍ତ୍ରାଳୟ ଅଧୀନସ୍ଥ Investor Education and Protection Fund Authority (IEPFA) ଓ Securities and Exchange Board of India (SEBI) ଯୁଗ୍ମ ଉଦ୍ୟମରେ ଭୁବନେଶ୍ୱରରେ ‘ନିବେଶକ ଶିବିର’ ଆୟୋଜନ କରିବେ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୭, ୨୦୨୬ ତାରିଖରେ ସକାଳ ୧୦ଟାରୁ ବିକେଳ ୪ଟା ପର୍ଯ୍ୟନ୍ତ ଜୟଦେବ ବିହାର ନିକଟସ୍ଥ ହୋଟେଲ ସ୍ୱୋସ୍ତି ପ୍ରିମିୟମ ପାଖରେ ଅବସ୍ଥିତ ଇଭେଣ୍ଟ ସ୍କ୍ୱାରରେ ଆୟୋଜିତ ହେବ।
ଏହି ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ନିବେଶକମାନଙ୍କୁ ଅନଦାବି ଡିଭିଡେଣ୍ଡ ଓ ସେୟାର ସମ୍ବନ୍ଧୀୟ ସମସ୍ୟା ସମାଧାନରେ ସିଧାସଳଖ ସହାୟତା ପ୍ରଦାନ କରିବା ଓ ତାଙ୍କ ଅଭିଯୋଗ ନିରାକରଣ ପାଇଁ ଏକ ମଞ୍ଚ ସୃଷ୍ଟି କରିବା।
ଅଧିକାରୀମାନଙ୍କ କହିବା ଅନୁସାରେ ଏହି ଶିବିରଟି ଏକ ‘ସିଙ୍ଗଲ୍-ୱିଣ୍ଡୋ ସହାୟତା ପ୍ରଣାଳୀ’ ଭାବେ କାମ କରିବ, ଯାହା ମାଧ୍ୟମରେ ନିବେଶକମାନେ ସମ୍ବନ୍ଧିତ କର୍ତ୍ତୃପକ୍ଷ ଓ ଆର୍ଥିକ ସଂସ୍ଥାମାନଙ୍କ ସହ ସିଧାସଳଖ ଆଲୋଚନା କରି ନିଜ ସମସ୍ୟାର ସମାଧାନ ପାଇପାରିବେ।
ଶିବିର ସମୟରେ ବର୍ଷରୁ ବର୍ଷ ଧରି ଅନଦାବି ରହିଥିବା ଡିଭିଡେଣ୍ଡ ଓ ସେୟାର ପୁନରୁଦ୍ଧାର ପାଇଁ ମଧ୍ୟ ସହାୟତା ମିଳିବ। ସେହିପରି KYC ଅପଡେଟ, ନୋମିନେସନ ସୁବିଧା ଓ IEPFA ସମ୍ବନ୍ଧୀୟ ଅପେକ୍ଷାମାନ ଦାବି ପ୍ରକ୍ରିୟାରେ ମଧ୍ୟ ସହଯୋଗ ଦିଆଯିବ।
ଏହି କାର୍ଯ୍ୟକ୍ରମରେ କମ୍ପାନୀ ଓ Registrars and Transfer Agents (RTAs) ଙ୍କ ପକ୍ଷରୁ ବିଶେଷ ହେଲ୍ପ ଡେସ୍କ ସ୍ଥାପନ କରାଯିବ, ଯାହା ମାଧ୍ୟମରେ ନିବେଶକମାନଙ୍କ ଅଭିଯୋଗ ଓ ପ୍ରଶ୍ନଗୁଡ଼ିକୁ ସିଧାସଳଖ ସମାଧାନ କରାଯିବ।
ଯେଉଁ କମ୍ପାନୀମାନଙ୍କ ପାଖରେ ବହୁ ସଂଖ୍ୟକ ଅନଦାବି ଡିଭିଡେଣ୍ଡ ଆକାଉଣ୍ଟ ରହିଛି ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଆଶା କରାଯାଉଛି।
ଭୁବନେଶ୍ୱରର ଏହି କାର୍ଯ୍ୟକ୍ରମ IEPFA ର ଦେଶବ୍ୟାପୀ ନିବେଶକ ସଚେତନତା ଅଭିଯାନର ଅଂଶ, ଯାହା ଆର୍ଥିକ ସଚେତନତା ବଢ଼ାଇବା, ପାରଦର୍ଶିତା ନିଶ୍ଚିତ କରିବା ଓ ଅନଦାବି ନିବେଶ ପୁନରୁଦ୍ଧାର ପ୍ରକ୍ରିୟାକୁ ସହଜ କରିବାକୁ ଉଦ୍ଦିଷ୍ଟ।
ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ସିକନ୍ଦରା ଥାନା ଅଞ୍ଚଳରୁ...
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳସ୍ଥିତ ପ୍ରସିଦ୍ଧଗାଲେରି କ...
ବହୁଚର୍ଚ୍ଚିତକେତନ ଅଗ୍ରୱାଲ ହତ୍ୟାକାଣ୍ଡମାମଲାର ତଦନ୍ତ ଜାର...
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲ...
ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌର...
ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାତାର ପ୍ରବଳ ବର୍ଷା...
ଜାତିସଂଘ ଅଧୀନସ୍ଥବିଶ୍ୱ ପାଣିପାଗ ସଂଗଠନ (WMO)ଏଲ୍ ନିନୋ (...
ୟଶରାଜ୍ ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା-କେନ୍ଦ୍ରିକ ସ୍ପାଇ...
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ଇଣ୍ଟେରିୟର ଡିଜାଇନର ସୁ...
ହାଇପ୍ରୋଫାଇଲ୍ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ମଧ୍ୟର...
ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଆମିର ଖାନ ତାଙ୍କ ପ୍ରେ...
ଓଡ଼ିଶାରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଛି। ଗୁରୁବାର...