ଭୁବନେଶ୍ୱରର ହରିଦାସପୁର ଅଞ୍ଚଳରେ ଲଗାଣ ବର୍ଷା ପରେ ପରିସ୍ଥିତି ଏବେ ମଧ୍ୟ ସ୍ୱାଭାବିକ ହୋଇପାରିନାହିଁ। ବର୍ଷା ଥମିଯାଇଥିଲେ ମଧ୍ୟ ଅନେକ ସାହି ଓ ଘର ଆଣ୍ଠୁରୁ ଅଣ୍ଟାଏ ଉଚ୍ଚତାର ପାଣିରେ ବୁଡ଼ି ରହିଛି। ଫଳରେ ଶତାଧିକ ପରିବାର ଘର ଭିତରେ ଜଳବନ୍ଦୀ ହୋଇପଡ଼ିଛନ୍ତି।
ଅନେକ ଘରରେ ଘରୋଇ ସାମଗ୍ରୀ ପାଣିରେ ଭାସୁଥିବା ବେଳେ ଜମି ରହିଥିବା ପାଣିରେ ଶେଉଳି ସୃଷ୍ଟି ହୋଇ ଅସ୍ୱାସ୍ଥ୍ୟକର ପରିବେଶ ଦେଖାଦେଇଛି। ସ୍ଥାନୀୟ ଲୋକେ ରୋଗ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।
ପାଣି ଜମି ରହିବାରୁ ଦୈନନ୍ଦିନ ଜୀବନ ପୂରାପୂରି ପ୍ରଭାବିତ ହୋଇଛି। ଅନେକ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ବେଳେ ସ୍କୁଲ ଓ ଟ୍ୟୁସନକୁ ଯାଇପାରୁନାହାନ୍ତି। ଅଭିଭାବକମାନେ ସ୍କୁଲକୁ ଭିଡିଓ ପଠାଇ ପରିସ୍ଥିତି ସମ୍ପର୍କରେ ଜଣାଉଛନ୍ତି। ଛୋଟ ବ୍ୟବସାୟୀମାନଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୨୦ରୁ ୨୫ ଦିନ ଧରି ପାଣି ଜମି ରହିଛି। ଆଣ୍ଠୁରୁ ଅଣ୍ଟାଏ ପାଣି ଭିତରେ ଚାଲିବାକୁ ପଡ଼ୁଥିବାରୁ ଲୋକଙ୍କ ପାଦରେ କ୍ଷତ ସୃଷ୍ଟି ହେଉଛି। ବିଏମସି ପକ୍ଷରୁ ଲଗାଯାଇଥିବା ପମ୍ପଗୁଡ଼ିକ ସଠିକ୍ ଭାବେ କାମ କରୁନଥିବା ଏବଂ ସ୍ଥାନୀୟ ଲୋକେ ନିଜ ଖର୍ଚ୍ଚରେ ଇନ୍ଧନ ଯୋଗାଇ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେମାନେ କହିଛନ୍ତି।
ଜଣେ ବାସିନ୍ଦା କହିଛନ୍ତି ଯେ ପ୍ରତିବର୍ଷ ଏହି ସମସ୍ୟା ଦେଖାଦେଉଛି ଏବଂ ନଭେମ୍ବର-ଡିସେମ୍ବର ପର୍ଯ୍ୟନ୍ତ ପାଣି ରହିଯାଉଛି। ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ନେଇଥିଲେ ମଧ୍ୟ ଦୋକାନ ବନ୍ଦ ଥିବାରୁ ଆର୍ଥିକ ସମସ୍ୟା ବଢ଼ିଛି। ଘର ଭିତରକୁ ସାପ ଓ ବେଙ୍ଗ ପଶୁଥିବାରୁ ଭୟରେ ଦିନ କାଟୁଛନ୍ତି।
ବାସିନ୍ଦାମାନେ କହିଛନ୍ତି ଯେ ଶୁକ୍ରବାର ସକାଳେ ପୁଣିଥରେ ବିଏମସି ସହ ଯୋଗାଯୋଗ କରିଥିଲେ। ଅଧିକାରୀମାନେ ଘଟଣାସ୍ଥଳକୁ ଯିବେ ବୋଲି ଆଶ୍ୱାସନ ଦେଇଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ଟିମ୍ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଏମସି ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ସାରା ଦେଶ...
ମୁମ୍ବାଇ:ଦେଶର ପ୍ରମୁଖ ଶେୟାର ବଜାର ସୂଚକାଙ୍କ ମଙ୍ଗଳବାର ପ...
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଡ଼ ପଦକ୍ଷେ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଭୁବନେଶ୍ୱରରେ ଆୟୋଜିତ ୧୩ତମBRICS ଶିକ୍ଷାମନ୍ତ୍ରୀ ସମ୍ମିଳନ...
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃ...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...
ସୋସିଆଲ ମିଡିଆରେ ଆର୍ଥିକ ପରାମର୍ଶ ନେବା ଆଜିକାଲି ସାଧାରଣ...
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ ପ୍...