ଜିଆରପି କନଷ୍ଟେବଳସୌମ୍ୟରଞ୍ଜନ ହତ୍ୟା ମାମଲାଏବଂ ଏହା ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତକୁ ଜୋରଦାର କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ମଙ୍ଗଳବାର କ୍ରାଇମବ୍ରାଞ୍ଚର ଏକ ଦୁଇଜଣିଆ ଟିମ୍ ଭୁବନେଶ୍ୱର ସ୍ଥିତଝାରପଡ଼ା ସ୍ୱତନ୍ତ୍ର ଜେଲକୁ ଯାଇ ମାମଲାରେ ଗିରଫ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି।
ଡିଏସପିରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଏହି ଟିମ୍ ଜେଲରେ ପହଞ୍ଚି ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଭାବେ ଜେରା କରିଛି।
ସୂତ୍ର ଅନୁଯାୟୀ, ଘଟଣାର କେନ୍ଦ୍ରବିନ୍ଦୁରେ ଥିବା ଜଣେ ମହିଳା କେତେକ ଅଭିଯୁକ୍ତ ତାଙ୍କ ଗାଡ଼ିକୁ ଦୁର୍ଘଟଣାଗ୍ରସ୍ତ କରିବା, ଅପହରଣ କରିବା ଓ ଯୌନ ନିର୍ଯାତନା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ବିଭିନ୍ନ ପ୍ରଶ୍ନ କରୁଛି।
ପ୍ରତ୍ୟେକ ଅଭିଯୁକ୍ତଙ୍କ ବୟାନ ପୃଥକ ଭାବେ ରେକର୍ଡ କରାଯାଉଥିବା ବେଳେ ସମଗ୍ର ପଚରାଉଚରା ପ୍ରକ୍ରିୟାକୁଅଡିଓ ଓ ଭିଡିଓ ରେକର୍ଡକରାଯାଉଛି। ତଦନ୍ତରେ ସ୍ୱଚ୍ଛତା ଓ ସଠିକତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ତଦନ୍ତକାରୀମାନେ ମହିଳାଙ୍କ ଅଭିଯୋଗ ସହ ଘଟଣାକ୍ରମ ଏବଂ ସୌମ୍ୟରଞ୍ଜନଙ୍କ ହତ୍ୟା ପୂର୍ବରୁ ଓ ପରେ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କଠାରୁ ସୂଚନା ସଂଗ୍ରହ କରୁଛନ୍ତି।
ଏହି ମାମଲାରେ ଏପର୍ଯ୍ୟନ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ ଜାରି ରହିଛି। ଜେରାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...
ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...
ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...