ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧବ ପାଢ଼ୀ ନିଜ ଘର ନିକଟ ରାସ୍ତାରେ ଯାଉଥିଲେ। ଏହି ସମୟରେ ଜଣେ ଅଜଣା ଯୁବକ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିବା ଅଭିଯୋଗ ହୋଇଛି।
ତେବେ ଉଦ୍ଧବ ଲିଫ୍ଟ ଦେବାକୁ ମନା କରି ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଏଥିରେ ଅଭିଯୁକ୍ତ ଯୁବକ ରାଗିଯାଇ ତାଙ୍କ ମୋଟରସାଇକେଲକୁ ପଛପଟୁ ଟାଣିଥିବା କୁହାଯାଇଛି। ଏହାପରେ ଉତ୍ତ୍ୟକ୍ତ ଯୁବକ ଛୁରିରେ ଉଦ୍ଧବଙ୍କ ବେକକୁ କାଟିଦେଇଥିବା ଅଭିଯୋଗ ହୋଇଛି।
ଛୁରି ଆକ୍ରମଣ ପରେ ଉଦ୍ଧବଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ବେକକୁ ଧରି ରକ୍ତାକ୍ତ ଅବସ୍ଥାରେ ନିଜ ଘରକୁ ଦୌଡ଼ି ଯାଇ ସହାୟତା ମାଗିଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ହସ୍ପିଟାଲକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆହତ ଉଦ୍ଧବଙ୍କ ଅବସ୍ଥା ଗୁରୁତର ଥିବାରୁ ଆକ୍ରମଣର ସମ୍ପୂର୍ଣ୍ଣ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆକ୍ରମଣକାରୀଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଭିଯୁକ୍ତକୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...