ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛି।
୧୩ ଜଣ ସାକ୍ଷୀଙ୍କ ବୟାନ ଓ ଦୃଢ଼ ପ୍ରମାଣ ଆଧାରରେ ବିଚାରପତି ରୋହିତଲାଲ ପଣ୍ଡା ଅଭିଯୁକ୍ତ କେଶବ ନାହାକ ଓରଫ କେଶାକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ନାବାଳିକା ଜଣକ ତାଙ୍କ ମା’ଙ୍କ ସହ ଅଜାଘରକୁ ଯାଇଥିବା ବେଳେ ୨୦୨୧ ନଭେମ୍ବର ୨୧ରେ ନିଖୋଜ ହୋଇଯାଇଥିଲେ। ପରେ ଗାଁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁର ବଡ଼ ଚିକିତ୍ସାଳୟକୁ ନିଆଯାଇଥିଲା।
ପୋଲିସ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ନାବାଳିକାଙ୍କ ସମ୍ପର୍କୀୟ କେଶବ ନାହାକ ତାଙ୍କୁ ଚକୋଲେଟ୍ ଦେବା ନାମରେ ଡାକି ନେଇ ଦୁଷ୍କର୍ମ କରିଥିଲା ଓ ପରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଗିରଫ ପରେ ସେ ଏହି ଅପରାଧ ସ୍ୱୀକାର କରିଥିଲା।
ତତ୍କାଳୀନ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ପ୍ରେରଣ କରିଥିଲେ। ସରକାର ପକ୍ଷରୁ ସ୍ୱତନ୍ତ୍ର ପିପି ଶିବ ପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ।
ଏହି ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇବା ପାଇଁ ହାଇକୋର୍ଟଙ୍କ ଅନୁମୋଦନ ଆବଶ୍ୟକ ରହିଛି। ଗଞ୍ଜାମ ଜିଲ୍ଲା ପୋକ୍ସୋ କୋର୍ଟ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...