Fake online darshan advertisement for Puri Srimandir circulates on social media

ପୁରୀ ଶ୍ରୀମନ୍ଦିରରେ ‘ଅନଲାଇନ୍ ଦର୍ଶନ’ ବିଜ୍ଞାପନ ଫେକ୍! ଭକ୍ତଙ୍କୁ ସତର୍କ କଲେ ସେବାୟତ

ସୋସିଆଲ ମିଡିଆରେ ପୁରୀ ଶ୍ରୀମନ୍ଦିରରେ ଅନଲାଇନ୍ କିମ୍ବା ସ୍ୱତନ୍ତ୍ର ଦର୍ଶନ ସୁବିଧା ଦେବାକୁ ଦାବି କରୁଥିବା ଏକ ବିଜ୍ଞାପନ ଭାଇରାଲ ହୋଇଛି। ଶ୍ରୀମନ୍ଦିର ସେବାୟତମାନେ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଭକ୍ତମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ‘ହସଲ୍-ଫ୍ରି ଅନଲାଇନ୍ ଦର୍ଶନ’ସୁବିଧା ମିଳିବ ବୋଲି ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଭାଇରାଲ ହେଉଛି। ତେବେ ଏହି ବିଜ୍ଞାପନକୁ ସମ୍ପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ ବୋଲି ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତମାନେ।

ସୂଚନା ଅନୁସାରେ, ଏକ ବେସରକାରୀ ସଂସ୍ଥା ନିଜ ସୋସିଆଲ ମିଡିଆ ପେଜରେ ଏକ ପ୍ରଚାର ବିଜ୍ଞାପନ ପୋଷ୍ଟ କରିଛି। ସେଥିରେ ଦାବି କରାଯାଇଛି ଯେ,ଆସନ୍ତା ଅଗଷ୍ଟ ୧ ତାରିଖରୁଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ବିଶେଷ ସେବା ଆରମ୍ଭ ହେବ, ଯାହା ମାଧ୍ୟମରେ ସେମାନେ ସହଜରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ।

କିନ୍ତୁ ଏହି ଦାବିକୁ ଶ୍ରୀମନ୍ଦିର ସେବାୟତମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିରରେଅନଲାଇନ୍ କିମ୍ବା ବିଶେଷ ଦର୍ଶନ ପାଇଁ କୌଣସି ସରକାରୀ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ସୁବିଧା ଉପଲବ୍ଧ ନାହିଁ।

ସେବାୟତମାନେ ଭକ୍ତମାନଙ୍କୁ ଏଭଳି ଭ୍ରମାତ୍ମକ ବିଜ୍ଞାପନରେ ବିଶ୍ୱାସ ନ କରିବାକୁ ଏବଂ କୌଣସି ପ୍ରକାର ଠକେଇର ଶିକାର ନ ହେବାକୁ ଅନୁରୋଧ କରିଛନ୍ତି। ସେହିପରି ଏପରି ମିଥ୍ୟା ପ୍ରଚାର କରୁଥିବା ସଂସ୍ଥା ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି।

ଜ୍ୟେଷ୍ଠ ସେବାୟତଶ୍ୟାମ ସୁନ୍ଦର ପ୍ରତିହାରୀକହିଛନ୍ତି,"ଶ୍ରୀମନ୍ଦିର ସେବାୟତ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍ ଦର୍ଶନର କୌଣସି ସୁବିଧା ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଜ୍ଞାପନ ସମ୍ପୂର୍ଣ୍ଣ ଭୁଲ। ଭକ୍ତମାନେ ଧୈର୍ଯ୍ୟର ସହ ମାଗଣା ଦର୍ଶନ ପାଇଁ ଅପେକ୍ଷା କରନ୍ତୁ ଏବଂ ଏଭଳି ଭ୍ରମାତ୍ମକ ପ୍ରଚାରରୁ ଦୂରେ ରୁହନ୍ତୁ।"

ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ।

Latest News
ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ ରାଜକୀୟ ସ୍ଥିତି ନେଇ ବଡ଼ ଖୁଲାସା

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ...

ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’ ଛାଡ଼ କରିବ ଏହି ବିଶ୍ୱବିଦ୍ୟାଳୟ

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’...

ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ ବ୍ରିଟେନ୍‌ର କଟକଣା! ବଡ଼ ନୀତି ପରିବର୍ତ୍ତନ ଘୋଷଣା କରିପାରେ UK

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ...

ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ ଉଦ୍‌ଘାଟିତ, ସହଜ ହେବ ବାଣିଜ୍ୟ ଓ ଯାତାୟାତ

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ...

ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...

୨୦୪୦ ସୁଦ୍ଧା ଦିଲ୍ଲୀର PM2.5 ପ୍ରଦୂଷଣ ୨୦% କମିପାରେ, ବିଳମ୍ବ ହେଲେ ବଢ଼ିବ ବିପଦ

୨୦୪୦ ସୁଦ୍ଧା ଦିଲ୍ଲୀର PM2.5 ପ୍ରଦୂଷଣ ୨୦%...

ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସମୟସୀମା ମଧ୍...

ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି ଇସ୍ରାଏଲୀ ବସ୍ତିବାସୀଙ୍କ ଆକ୍ରମଣ, ଚିନ୍ତାରେ ପାଲେଷ୍ଟାଇନୀ ଅଭିଭାବକ

ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି...

ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...

ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ

ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ...

ଭାରତ ଏବେ୬-ଜି ଟେକ୍ନୋଲୋଜିର ବିଶ୍ୱସ୍ତରୀୟ ଦୌଡ଼ରେଆହୁରି ଏ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+