ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ୍ଟରୁ ଉତ୍ପାଦିତ ସାମଗ୍ରୀ କିଣା ଉପରେ ନୂଆ କଟକଣା ଲଗାଇବାକୁ ବ୍ରିଟେନ୍ ସରକାର ଘୋଷଣା କରିପାରେ। ବିବିସିର ରିପୋର୍ଟ ଅନୁସାରେ, ବ୍ରିଟେନ୍ର ବିଦେଶ ସଚିବ ଏଡ୍ ମିଲିବ୍ୟାଣ୍ଡ ମଙ୍ଗଳବାର ହାଉସ୍ ଅଫ୍ କମନ୍ସରେ ଏହି ନୂଆ ପଦକ୍ଷେପ ସମ୍ପର୍କରେ ବିବୃତି ଦେଇପାରନ୍ତି।
ପ୍ରସ୍ତାବିତ କଟକଣା ମଧ୍ୟରେ ସେଟଲମେଣ୍ଟରୁ ଆସୁଥିବା କୃଷିଜାତ ଉତ୍ପାଦ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟ ରହିପାରେ। ଗତ ସପ୍ତାହରେ ମିଲିବ୍ୟାଣ୍ଡ ଇସ୍ରାଏଲ ସମ୍ପର୍କରେ ବ୍ରିଟିଶ ସରକାରଙ୍କ ନୀତିରେ ଏକ“comprehensive reset”ଆଣିବାକୁ ଯାଉଥିବା କହିଥିଲେ।
ତେବେ ନୂଆ ପଦକ୍ଷେପ ଘୋଷଣା କରାଗଲେ ଇସ୍ରାଏଲ ସରକାର ପ୍ରତିଶୋଧମୂଳକ ପଦକ୍ଷେପ ନେଇପାରେ ବୋଲି ପୂର୍ବରୁ ଚେତାବନୀ ଦେଇସାରିଛି।
ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ୱେଷ୍ଟ ବ୍ୟାଙ୍କର ଏହି ସେଟଲମେଣ୍ଟଗୁଡ଼ିକୁ ଅବୈଧ ବୋଲି ଗଣାଯାଏ। ଏହି ସମୟରେ ୱେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନୀଙ୍କ ବିରୋଧରେ ସେଟଲର ହିଂସା ମଧ୍ୟ ବଢ଼ିଛି।
ବ୍ରିଟିଶ ସରକାରର ଜଣେ ମନ୍ତ୍ରୀ ବିବିସିକୁ କହିଛନ୍ତି ଯେ ଏହି ଘୋଷଣା ବ୍ରିଟେନ୍-ଇସ୍ରାଏଲ-ପାଲେଷ୍ଟାଇନ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ହେବ। ତାଙ୍କ ମତରେ ଏହା କେବଳ କଟକଣା ଲଗାଇବାର ପ୍ରସଙ୍ଗ ନୁହେଁ, ବରଂ ମଧ୍ୟପ୍ରାଚ୍ୟ ସମ୍ପର୍କିତ ବ୍ରିଟେନ୍ର ବ୍ୟାପକ ନୀତିରେ ପରିବର୍ତ୍ତନ ଆଣିବାର ପ୍ରୟାସ।
ତେବେ ବିବିସି ଏପର୍ଯ୍ୟନ୍ତ ପ୍ରସ୍ତାବିତ ପଦକ୍ଷେପର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିନାହିଁ। କିନ୍ତୁ ଯେଉଁ ଲେବର ସାଂସଦମାନଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଯାଇଛି, ସେମାନଙ୍କ ମତରେ କଟକଣା ଅବୈଧ ସେଟଲମେଣ୍ଟ ସହ ବାଣିଜ୍ୟକୁ ଲକ୍ଷ୍ୟ କରିପାରେ। ଏଥିରେ କେବଳ ସାମଗ୍ରୀ ନୁହେଁ,ସେବା ମଧ୍ୟ ସାମିଲ ହୋଇପାରେ।
ସୋମବାର ରାତିରେ ଲେବର ସାଂସଦମାନଙ୍କ ସାପ୍ତାହିକ ବୈଠକରେ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ ମିଲିବ୍ୟାଣ୍ଡ ଏହି ପ୍ରସଙ୍ଗରେ ବିବୃତି ଦେବେ ବୋଲି ଜଣାଇଥିବା କିଛି ସାଂସଦ କହିଛନ୍ତି।
ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ନରେ ବିଭିନ୍ନ ଅନ୍ତର୍ଜାତୀୟ ନେତାଙ୍କ ସହ ଫୋନରେ କଥା ହୋଇ ପ୍ରସ୍ତାବିତ ଯୋଜନା ବିଷୟରେ ଅବଗତ କରାଇଥିବା ମଧ୍ୟ କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ତାଙ୍କର ଫୋନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ମଧ୍ୟପ୍ରାଚ୍ୟରେ ଦୁଇ-ରାଷ୍ଟ୍ର ସମାଧାନର ଗୁରୁତ୍ୱ ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜୋର ଦେଇଥିବା କୁହାଯାଇଛି।
ତେବେ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ପ୍ରକାଶିତ ଆଲୋଚନାର ବିବରଣୀରେ ଟ୍ରମ୍ପଙ୍କୁ ପ୍ରସ୍ତାବିତ କଟକଣା ବିଷୟରେ ଅବଗତ କରାଯାଇଥିବା ଉଲ୍ଲେଖ ନାହିଁ। ଆମେରିକା ମଧ୍ୟ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ କୌଣସି ମତ ଦେଇନାହିଁ।
ଜୁଲାଇରେ ଷ୍ଟିଫେନ୍ ଡାଉଟି—ସେତେବେଳେ ୟୁରୋପ୍ ମନ୍ତ୍ରୀ ଥିବା ବେଳେ ଏବେ ମଧ୍ୟପ୍ରାଚ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି—କହିଥିଲେ ଯେ ସେଟଲମେଣ୍ଟ ଉପରେ କଟକଣା ଲଗାଇବା ପାଇଁ ବ୍ରିଟେନ୍ର ବର୍ତ୍ତମାନର କ୍ଷମତା ଯଥେଷ୍ଟ ନୁହେଁ। ସେଟଲମେଣ୍ଟ ନିର୍ମାଣରେ କାମ କରୁଥିବା ଠିକାଦାରଙ୍କ ଭଳି କ୍ଷେତ୍ରକୁ ମଧ୍ୟ କଟକଣା ପରିସରରେ ଆଣିବା ପାଇଁ ନିୟମ ବଢ଼ାଇବା ଆବଶ୍ୟକ ବୋଲି ସେ କହିଥିଲେ।
ତେବେ କେବଳ ଅଳ୍ପ ପରିମାଣର, ମୁଖ୍ୟତଃ କୃଷିଜାତ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଲେ ଏହାର ବାଣିଜ୍ୟିକ ପ୍ରଭାବ ସୀମିତ ରହିପାରେ। ଏହା ସତ୍ତ୍ୱେ ବ୍ରିଟିଶ ସରକାର ଏହି ଘୋଷଣାକୁ ଇସ୍ରାଏଲ ସମ୍ପର୍କରେ ଦେଶର ବ୍ୟାପକ ନୀତିରେ ଏକବଡ଼ ପରିବର୍ତ୍ତନଭାବେ ଉପସ୍ଥାପନ କରିବାର ଆଶା କରାଯାଉଛି।
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧମା’ ତାରାତାରିଣୀ ପୀଠକୁ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...