Former Agniveers to receive 100 percent tuition fee waiver for higher education at Devi Ahilya University

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’ ଛାଡ଼ କରିବ ଏହି ବିଶ୍ୱବିଦ୍ୟାଳୟ

ପୂର୍ବତନ ଅଗ୍ନିବୀରଙ୍କ ଉଚ୍ଚଶିକ୍ଷା ଓ ରୋଜଗାର ସୁଯୋଗକୁ ବଢ଼ାଇବା ପାଇଁ ମଧ୍ୟପ୍ରଦେଶର ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ, ଇନ୍ଦୋର ଏକ ବଡ଼ ନିଷ୍ପତ୍ତି ନେଇଛି। ସେନାରେ ୪ ବର୍ଷର ସେବା ପୂରଣ କରିଥିବା ଯୋଗ୍ୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ୧୦୦% ଟ୍ୟୁସନ୍ ଫି’ ଛାଡ଼ କରିବ। ଏହି ସୁବିଧା ପାଇଁ କୌଣସି ନିର୍ଦ୍ଧାରିତ ବୟସ ସୀମା ରହିବ ନାହିଁ ଏବଂ ପ୍ରାୟ ୨୦୦ଟି କୋର୍ସ ମଧ୍ୟରୁ ଯେକୌଣସି କୋର୍ସରେ ଯୋଗ୍ୟତା ହାସଲ କରି ନାମଲେଖା କରିପାରିବେ।

ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ସରକାରୀଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସେନାରେ ୪ ବର୍ଷର ସେବା ପୂରଣ କରିଥିବା ଯୋଗ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ୧୦୦ ପ୍ରତିଶତ ଟ୍ୟୁସନ୍ ଫି’ ଛାଡ଼କରାଯିବ।

ମଙ୍ଗଳବାର ବିଶ୍ୱବିଦ୍ୟାଳୟର କୁଳପତି ଡ. ରାକେଶ ସିଂଘାଇ ଏନେଇ ସୂଚନା ଦେଇଛନ୍ତି।

ନାହିଁ ବୟସ ସୀମା

କୁଳପତିଙ୍କ ସୂଚନା ଅନୁସାରେ, ଏହି ସୁବିଧା ପାଇଁକୌଣସି ନିର୍ଦ୍ଧାରିତ ବୟସ ସୀମା ରଖାଯାଇନାହିଁ। ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ପ୍ରାୟ ୨୦୦ଟି କୋର୍ସ ମଧ୍ୟରୁ ଯେକୌଣସି କୋର୍ସରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଥିବା ପୂର୍ବତନ ଅଗ୍ନିବୀରମାନେ ଏହି ଟ୍ୟୁସନ୍ ଫି’ ଛାଡ଼ର ସୁବିଧା ପାଇପାରିବେ।

ତେବେ ଏଥିପାଇଁ ଅଗ୍ନିବୀରଙ୍କୁ୪ ବର୍ଷର ସେବା ପୂରଣ କରିଥିବା ଆବଶ୍ୟକ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା କିମ୍ବା ସେବାରୁ ବରଖାସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁବିଧା ଲାଗୁ ହେବ ନାହିଁ।

ଉଚ୍ଚଶିକ୍ଷା ପାଇଁ ବଡ଼ ସୁଯୋଗ

ଦେଶର ସୁରକ୍ଷା ପାଇଁ ଅଗ୍ନିବୀରମାନେ ସେମାନଙ୍କ ଜୀବନର ମୂଲ୍ୟବାନ ୪ ବର୍ଷ ସେନାରେ ସେବା କରୁଛନ୍ତି। ଏହି ସମୟରେ ଅନେକଙ୍କ ପାଇଁ ନିୟମିତ ଭାବେ ଉଚ୍ଚଶିକ୍ଷା ଜାରି ରଖିବା ସମ୍ଭବ ହୋଇନଥାଏ।

ସେବା ଶେଷ ପରେ ସେମାନେ ଯେପରି ଉଚ୍ଚଶିକ୍ଷା ହାସଲ କରି ନିଜ କ୍ୟାରିୟରକୁ ଆହୁରି ମଜବୁତ କରିପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁଳପତି କହିଛନ୍ତି।

ଆଗକୁ ଆହୁରି ସୁବିଧା

ଅଗ୍ନିବୀରଙ୍କ ପାଇଁ ଆଗାମୀ ଦିନରେନାମଲେଖାରେ ସଂରକ୍ଷଣଏବଂସ୍ୱତନ୍ତ୍ର କୋର୍ସଆରମ୍ଭ କରିବା ନେଇ ମଧ୍ୟ ବିଚାର କରାଯାଉଛି।

ଏହି ପଦକ୍ଷେପ ପୂର୍ବତନ ଅଗ୍ନିବୀରମାନଙ୍କୁ ସେନା ସେବା ପରେ ଉଚ୍ଚଶିକ୍ଷା ମାଧ୍ୟମରେ ନୂଆ କ୍ୟାରିୟର ଗଢ଼ିବାରେ ସହାୟକ ହୋଇପାରେ।

Latest News
ବିଦ୍ୟୁତ୍ ତାର ନେଲା ମା’-ଝିଅଙ୍କ ଜୀବନ, ମୃତଦେହ ରଖି ଜିଲ୍ଲାପାଳ ଅଫିସରେ ଧାରଣା

ବିଦ୍ୟୁତ୍ ତାର ନେଲା ମା’-ଝିଅଙ୍କ ଜୀବନ, ମୃତଦେହ...

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସିଛି ଦୁଃଖଦ ଖବର। ବିଦ...

୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ ‘Hanuman Ansh’ରେ ମିଳିଲା ‘ସାତ୍ତ୍ୱିକ ଭୋଜନ’: ଚନ୍ଦନ ଆନନ୍ଦ

୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ...

ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...

କାହିଁକି ଗୁଜରାଟ? National Film Awardsର ନୂଆ ଭେନ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ‘Raees’ ନିର୍ଦ୍ଦେଶକ ରାହୁଲ ଢୋଲକିଆ

କାହିଁକି ଗୁଜରାଟ? National Film Awardsର ନୂଆ...

ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...

ଗଞ୍ଜାମ ଜଙ୍ଗଲରେ ବଡ଼ ଚଢ଼ାଉ, ନଷ୍ଟ ହେଲା ୧,୫୧୦ ଲିଟର ଚୋରା ମଦ

ଗଞ୍ଜାମ ଜଙ୍ଗଲରେ ବଡ଼ ଚଢ଼ାଉ, ନଷ୍ଟ ହେଲା...

ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ବିରୋଧରେ ଗଞ୍ଜାମରେ...

୯ ଦିନରେ ଚୋରି ମାମଲାର ରାୟ, ଭୁବନେଶ୍ୱରରେ ଅଭିଯୁକ୍ତଙ୍କୁ ୫ ମାସ ଜେଲ୍

୯ ଦିନରେ ଚୋରି ମାମଲାର ରାୟ, ଭୁବନେଶ୍ୱରରେ...

ଭୁବନେଶ୍ୱରରେ ଏକ ଚୋରି ମାମଲାରେ ମାତ୍ର ୯ ଦିନ ମଧ୍ୟରେ ରାୟ...

ସ୍କୁଲ ଫାଟକ ନିକଟରେ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ, କାଠଫାଳିଆରେ ମୁଣ୍ଡକୁ ପ୍ରହାର

ସ୍କୁଲ ଫାଟକ ନିକଟରେ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ,...

ଗଞ୍ଜାମ ଜିଲ୍ଲାରେ ସ୍କୁଲ ଫାଟକ ନିକଟରେ ଜଣେ ଶିକ୍ଷକଙ୍କୁ ମ...

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା ‘Mirzapur’ର ‘Vaaroon’, ଗୀତିକାର Ginny Diwan କହିଲେ ନିଜ ଅନୁଭବ

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା...

‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା ପରେ ଇଶା ରିଖିଙ୍କୁ ସଲମାନଙ୍କ ପରାମର୍ଶ- ‘ଅତୀତକୁ ଛାଡ଼ି ଆଗକୁ ବଢ଼’

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା...

ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+