ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ନିକଟ ଏକ ନଦୀରେ ବିପୁଳ ପରିମାଣର ମିଆଦ ପୂର୍ଣ୍ଣ ଔଷଧ ଫିଙ୍ଗାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଫିଙ୍ଗାଯାଇଥିବା ଔଷଧ ଓ ମେଡିକାଲ ସାମଗ୍ରୀର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି।
ଏହି ମେଡିକାଲ ବର୍ଜ୍ୟ ମଧ୍ୟରେ ଆଣ୍ଟିବାୟୋଟିକ୍, ମାସ୍କ, ସିରିଞ୍ଜ, ଟେଷ୍ଟିଂ କିଟ୍ ଏବଂ ଅନ୍ୟାନ୍ୟ ଜରୁରୀ ଔଷଧ ଓ ସାମଗ୍ରୀ ଥିବା ଜଣାପଡ଼ିଛି। ଏତେ ବଡ଼ ପରିମାଣର ଔଷଧ କିପରି ଅବ୍ୟବହୃତ ରହିଲା ଏବଂ ଏଗୁଡ଼ିକୁ ନିୟମ ଅନୁଯାୟୀ ନଷ୍ଟ ନକରି ନଦୀରେ ଫିଙ୍ଗାଗଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ADM) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି ଯେ, ଘଟଣାଟି ସତ ହୋଇଥିଲେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ଏବଂ ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ଅନ୍ୟପକ୍ଷରେ ସାମାଜିକ କର୍ମୀ ସଞ୍ଜୀବ ରାଉତ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ହସ୍ପିଟାଲରେ କେତେ ରୋଗୀ ଆସୁଛନ୍ତି, କେଉଁ ବିଭାଗରେ କେତେ ଔଷଧ ଆବଶ୍ୟକ ଏବଂ କେତେ ପରିମାଣର ଔଷଧ କ୍ରୟ କରାଯାଉଛି—ଏସବୁର ରେକର୍ଡ ରହିଥିବା ସତ୍ତ୍ୱେ ବିପୁଳ ପରିମାଣର ଔଷଧ କାହିଁକି ଅବ୍ୟବହୃତ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଔଷଧ କ୍ରୟ ଓ ଯୋଗାଣ ପ୍ରକ୍ରିୟାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ପକ୍ଷରୁ ହସ୍ପିଟାଲର ଆବଶ୍ୟକତା ଅନୁଯାୟୀ ଔଷଧ କିଣାଯାଉଛି କି, ନା କୌଣସି ମଧ୍ୟସ୍ଥ ସଂସ୍ଥା ଜରିଆରେ ଔଷଧ ଯୋଗାଣ ହେଉଛି—ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଘଟଣାର ସତ୍ୟତା ଏବଂ ମିଆଦ ପୂର୍ଣ୍ଣ ଔଷଧ ନଦୀରେ ଫିଙ୍ଗାଯିବା ପଛରେ କିଏ ଦାୟୀ, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...