ନୂଆଦିଲ୍ଲୀ: Form-6କୁ ନେଇ ନିର୍ବାଚନ ଆୟୋଗ (ECI) ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର Form-6ରେ ବେଆଇନ ଓ ଏକତରଫା ଭାବେ ପରିବର୍ତ୍ତନ କରିଛନ୍ତି।
ଏହାର ଜବାବରେ ସୋମବାର ନିର୍ବାଚନ ଆୟୋଗ ସୋସିଆଲ ମିଡିଆରେ ଏକ ‘Fact Check’ ଜାରି କରି ରାହୁଲ ଗାନ୍ଧୀଙ୍କ ଦାବିକୁ ‘ଭ୍ରମାତ୍ମକ’ ବୋଲି କହିଛି। EC ଅନୁସାରେ, ବିହାରରେ SIR ପାଇଁ ୨୪ ଜୁନ୍ ୨୦୨୫ରେ ଜାରି ହୋଇଥିବା ଆଦେଶକୁ ସମଗ୍ର ନିର୍ବାଚନ ଆୟୋଗର ସର୍ବସମ୍ମତିରେ ଅନୁମୋଦନ କରାଯାଇଥିଲା। ଏହି ଆଦେଶକୁ ସୁପ୍ରିମକୋର୍ଟ ମଧ୍ୟ ୨୭ ମେ ୨୦୨୬ର ରାୟରେ ବଜାୟ ରଖିଥିବା EC କହିଛି।
EC ଆହୁରି କହିଛି ଯେ SIR ସମୟରେ Form-6 ସହିତ ଏକ ଅତିରିକ୍ତ Declaration ଯୋଡ଼ାଯାଇଥିଲା। ଆୟୋଗର ମତରେ ଏହା Form-6ର ମୂଳ ଫର୍ମରେ ପରିବର୍ତ୍ତନ ନୁହେଁ। ଏହି Declaration ସମ୍ପର୍କରେ ୨୬ ସେପ୍ଟେମ୍ବର ୨୦୨୬ର EC ପ୍ରେସ୍ ନୋଟ୍ରେ ମଧ୍ୟ ଉଲ୍ଲେଖ ରହିଥିଲା।
ତେବେ ଏହି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ SIR ସମୟରେ ବ୍ୟବହୃତ କୌଣସି modified Form-6କୁ କୋର୍ଟ ଅନୁମୋଦନ କରିନାହାନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ରେକର୍ଡ ଦାଖଲ ହେବା ପରେ Form-6ରେ ପରିବର୍ତ୍ତନ କିଏ କରିଥିଲେ, ତାହା ଯାଞ୍ଚ କରିବାକୁ ଚାହୁଁଥିବା କହିଛନ୍ତି।
ଏହାକୁ ନେଇ Form-6, SIR ଏବଂ ନିର୍ବାଚନ ଆୟୋଗର ଭୂମିକାକୁ ନେଇ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।
ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ଅକ୍ଷୟ କୁମାର ମା...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟା ଏବଂ ଭୋଟ...
ମାଛକୁଣ୍ଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼...
୨୦୨୬ର ମେଡିସିନ୍‌ ନୋବେଲ୍‌ ପୁରସ୍କାର ଘୋଷଣା ପ...
ନୂଆଦିଲ୍ଲୀ: ଭାରତର ସ୍ୱାସ୍ଥ୍ୟ ଚିତ୍ର ଗତ ଦୁଇ ଦଶନ୍ଧିରେ ବ...
ଯାଜପୁର ଜିଲ୍ଲାରେ ବେଆଇନ ଦେଶୀ ମଦ ତିଆରି ଓ ବିକ୍ରି ବିରୋଧ...
ଭାରତରେ ଫ୍ଲୁ ଓ ମଶାବାହିତ ରୋଗକୁ ନେଇ ସ୍ୱାସ୍ଥ୍ୟ ଚିନ୍ତା...
ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ମାନି ଆସୁଥିଲେ ଯେ ମଣିଷର...