ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ମାମଲା: ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର ବାଲିପାଟଣା ବଜାରରେ ୨୦୨୪ରେ ଘଟିଥିବା ଅକ୍ଷୟ କୁମାର ମାଝୀ ହତ୍ୟା ମାମଲାରେ ବଡ଼ ରାୟ ଆସିଛି।
akshay-majhi-murder-case image
akshay-majhi-murder-case image

ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ଅକ୍ଷୟ କୁମାର ମାଝୀ ହତ୍ୟା ମାମଲାରେ ଭୁବନେଶ୍ୱର କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ କୁମାର ଭୋଇଙ୍କ ସମେତ ମୋଟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ପ୍ରତ୍ୟେକଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ବେଳେ ଜରିମାନା ନଦେଲେ ଅତିରିକ୍ତ ୬ ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଘଟଣାଟି ୨୦୨୪ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ଘଟିଥିଲା। ଅକ୍ଷୟ କୁମାର ମାଝୀ ବାଲିପାଟଣା ବଜାରକୁ ପରିବା କିଣିବାକୁ ଯାଇଥିବା ସମୟରେ ତାଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିଥିଲା। ଗୁରୁତର ଆହତ ଅକ୍ଷୟଙ୍କୁ ପ୍ରଥମେ ଅଠାନ୍ତର ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରର ହାଇଟେକ୍ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ମାମଲାରେ ଦିଲ୍ଲୁ କୁମାର ଭୋଇ ଏବଂ ତାଙ୍କର ୮ ଜଣ ସହଯୋଗୀଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

ବିଚାର ସମୟରେ ଅଭିଯୋଗ ପକ୍ଷ ପକ୍ଷରୁ୧୦ ଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀଙ୍କ ବୟାନଏବଂ ଅନ୍ୟାନ୍ୟ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ଏହା ଆଧାରରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ମାମଲାର ପୃଷ୍ଠଭୂମିରେ ପୂର୍ବ ଶତ୍ରୁତା ଏବଂ ଜମିଜମା ବିବାଦ ଥିବା ନେଇ ଅଭିଯୋଗ ରହିଥିଲା। ଅଭିଯୋଗ ଅନୁସାରେ, ଅକ୍ଷୟଙ୍କୁ ଗୋଷ୍ଠୀଗତ ଭାବେ ଆକ୍ରମଣ କରାଯାଇଥିଲା। ରାୟ ପରେ ସମସ୍ତ ୯ ଦୋଷୀଙ୍କୁ ଜେଲ୍କୁ ପଠାଯାଇଛି।

LIVE TV
LIVE
Latest News
IIM Bangaloreରେ ଅଭିନବ ପରୀକ୍ଷା: ପ୍ରଶ୍ନର ଉତ୍ତର ଦେବାକୁ ଛାତ୍ରଛାତ୍ରୀ ନିଜେ ତିଆରି କଲେ AI ଚାଟ୍‌ବଟ୍

IIM Bangaloreରେ ଅଭିନବ ପରୀକ୍ଷା: ପ୍ରଶ୍ନର ଉତ୍ତର...

ବେଙ୍ଗାଲୁରୁସ୍ଥିତ Indian Institute of Management Ban...

୧୯୨୫ରେ Yellowstoneର Biscuit Basinକୁ ଦୋହଲାଇଥିଲା ଭୟଙ୍କର ଜଳ-ବାଷ୍ପ ବିସ୍ଫୋରଣ, ୧୦୧ ବର୍ଷ ପରେ USGS ଖୋଲିଲା ପୁରୁଣା ରହସ୍ୟ

୧୯୨୫ରେ Yellowstoneର Biscuit Basinକୁ ଦୋହଲାଇଥିଲା ଭୟଙ୍କର...

ଆମେରିକାର ପ୍ରସିଦ୍ଧ Yellowstone National Parkର Biscu...

AI ବୁମ୍‌ ମଧ୍ୟରେ Googleର ବଡ଼ ପଦକ୍ଷେପ, Constellation ସହ $1 ବିଲିୟନରୁ ଅଧିକ ଆଣବିକ ବିଦ୍ୟୁତ ଚୁକ୍ତି!

AI ବୁମ୍‌ ମଧ୍ୟରେ Googleର ବଡ଼ ପଦକ୍ଷେପ,...

ନୂଆଦିଲ୍ଲୀ:ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଦ୍ରୁତ ବି...

Expiry Dayରେ ଡେରିଭେଟିଭ୍‌ସ ମାର୍କେଟରେ ଅସ୍ଥିରତା: Closing Auction Rule ବନ୍ଦ କରିପାରେ SEBI

Expiry Dayରେ ଡେରିଭେଟିଭ୍‌ସ ମାର୍କେଟରେ ଅସ୍ଥିରତା: Closing...

ଭାରତୀୟ ପୁଞ୍ଜି ବଜାର ନିୟାମକSecurities and Exchange B...

KIITରୁ ଷଷ୍ଠ ସମ୍ମାନସୂଚକ ଡିଗ୍ରୀ ପାଇଲେ ସଞ୍ଜୀବ ଗୋଏଙ୍କା, ଛାତ୍ରଛାତ୍ରୀଙ୍କୁ କହିଲେ—ବଡ଼ ସ୍ୱପ୍ନ ଦେଖନ୍ତୁ

KIITରୁ ଷଷ୍ଠ ସମ୍ମାନସୂଚକ ଡିଗ୍ରୀ ପାଇଲେ ସଞ୍ଜୀବ...

ଭୁବନେଶ୍ୱରର Kalinga Institute of Industrial Technol...

RBSE Class 10 ପରୀକ୍ଷା ବର୍ଷକୁ ୨ ଥର: ୨୦୨୬-୨୭ରୁ ନୂଆ ନିୟମ, ଜାଣନ୍ତୁ ପରୀକ୍ଷା ତାରିଖ ଓ ‘ବେଷ୍ଟ ଅଫ୍ ଟୁ’ ନିୟମ

RBSE Class 10 ପରୀକ୍ଷା ବର୍ଷକୁ ୨...

ରାଜସ୍ଥାନର Class 10 ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍...

ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଗତି: ମୋଦୀ-ପାର୍ମେଲିନଙ୍କ ଆଲୋଚନାରେ ବାଣିଜ୍ୟ, ନିବେଶ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ

ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଗତି: ମୋଦୀ-ପାର୍ମେଲିନଙ୍କ ଆଲୋଚନାରେ...

ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କକୁ ନୂଆ ଗତି: ମୋଦୀ-ପାର୍ମେଲ...

ପୁଣି ଘୁଞ୍ଚିଲା GST କାଉନସିଲ୍ ବୈଠକ, ଅକ୍ଟୋବର ୮ରେ ହେବ ୫୭ତମ ବୈଠକ

ପୁଣି ଘୁଞ୍ଚିଲା GST କାଉନସିଲ୍ ବୈଠକ, ଅକ୍ଟୋବର...

ନୂଆଦିଲ୍ଲୀ: GST କାଉନସିଲ୍‌ର ୫୭ତମ ବୈଠକ ତାରିଖ ପୁଣ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+