ମାଛକୁଣ୍ଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ବେଳେ ଏକ ପିକଅପ୍ ଭ୍ୟାନରୁ ପ୍ରାୟ ୫ କ୍ୱିଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ କରାଯାଇଛି।
ସୂଚନା ଅନୁସାରେ, ସୀମାନ୍ତ ଆନ୍ଧ୍ରପ୍ରଦେଶ ଦିଗରୁ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ମାଛକୁଣ୍ଡ ପୋଲିସ ପୂର୍ବ ସୂଚନା ପାଇଥିଲା। ଏହାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବାଦିଗଡ଼ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା।
ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସୁଥିବା ଦେଖି ପୋଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଭ୍ୟାନର ପଛ ଡାଲା ଭିତରେ ୨୭ଟି ଜରି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ଥିବା ଜଣାପଡ଼ିଥିଲା।
ପୋଲିସ ଜବତ ସାମଗ୍ରୀର ଓଜନ କରିବା ପରେ ଏହା ପ୍ରାୟ ୫ କ୍ୱିଣ୍ଟାଲ ୪୪ କେଜି ଥିବା ଜଣାପଡ଼ିଥିଲା। ଏହାର ଆନୁମାନିକ ବଜାର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ ବୋଲି ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ଅନକାଡେଲି ଅଞ୍ଚଳରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ କରାଯାଉଥିବା ଜଣାପଡ଼ିଛି।
ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜୟପୁର ଅଞ୍ଚଳର ରାଜେନ୍ଦ୍ର କୁଲଦୀପ ବୋଲି ଜଣାପଡ଼ିଛି।
ଏହି ଚୋରା ଚାଲାଣ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ନେଇ ମାଛକୁଣ୍ଡ ପୋଲିସ ତଦନ୍ତ ଜାରି ରଖିଛି।
Zoho ଏବେ business messaging କ୍ଷେତ୍ରରେ WhatsAppକୁ ଟ...
ଚୀନ୍‌ରୁ ଆମଦାନି ହେଉଥିବା ମୋବାଇଲ୍ କଭର ମହଙ୍ଗା ହୋଇ...
କେମ୍ବ୍ରିଜ୍:କେବେ କେବେ ବଡ଼ scientific breakthrough ଏ...
ନୂଆଦିଲ୍ଲୀ:Staff Selection Commission (SSC) 2026ରେ...
ନୂଆଦିଲ୍ଲୀ: Zoho Corporationର co-founder ଓ chief sc...
ବୋର୍ଡରୁମ୍‌ରୁ ରାଜ୍ୟସଭା: ଧନରାଜ ନଥୱାନୀଙ୍କ ପ୍ରାର୍...
ଭାରତୀୟ technology company Zoho ନିଜର cloud infrastr...
ନୂଆଦିଲ୍ଲୀ: Social media reels, instant AI answers,...