ଭଦ୍ରକ: ଉପମୁଖ୍ୟମନ୍ତ୍ରୀଙ୍କ ପିଏ ବୋଲି ନିଜକୁ ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଟାଉନ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗନ୍ନାଥ ବହଳିଆ।
ଅଭିଯୋଗ ଅନୁସାରେ, ଜଗନ୍ନାଥ ନିଜକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପିଏ ବୋଲି ପରିଚୟ ଦେଉଥିଲେ। ଏଥିପାଇଁ ସେ ବିଭିନ୍ନ ମନ୍ତ୍ରୀ ଓ ନେତାଙ୍କ ସହ ଥିବା ନିଜର ଫଟୋ ମଧ୍ୟ ଲୋକଙ୍କୁ ଦେଖାଉଥିବା କୁହାଯାଉଛି।
ସୂଚନା ଅନୁସାରେ, ସିମୁଳିଆ ମଇତାପୁର ଗାଁର ସୌରଭ ମହାପାତ୍ରଙ୍କୁ ରେଲୱେରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣକ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
କିନ୍ତୁ କିଛି ଦିନ ପରେ ଚାକିରି ନମିଳିବାରୁ ସୌରଭ ଟଙ୍କା ଠକେଇ ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ସେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ପୁଲିସ ଦିଘାରୁ ଜଗନ୍ନାଥଙ୍କୁ ଧରି ଭଦ୍ରକ ଟାଉନ ଥାନାକୁ ଆଣିଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରେ ଚାକିରି କରାଇଦେବା ନାଁରେ ଅଭିଯୁକ୍ତ ବିଭିନ୍ନ ଲୋକଙ୍କଠାରୁ ଟଙ୍କା ନେଇଥିବା ନେଇ ପୁଲିସ ସୂଚନା ପାଇଥିବା କୁହାଯାଇଛି। ଘଟଣାରେ ଅଧିକ ଲୋକ ଠକେଇର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...
ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ କ୍ରିକେଟ୍‌ ଦଳର ନ୍ୟୁଜିଲାଣ୍ଡ ଗସ୍ତକୁ ନେଇ ଏ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...