ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ୍ ମଧ୍ୟରେ Scotch Whisky ଆମଦାନୀ ଶୁଳ୍କକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ବ୍ରିଟେନ୍ ସହ Comprehensive Economic and Trade Agreement (CETA) ଅଧୀନରେ ଦିଆଯାଇଥିବା ଶୁଳ୍କ ରିହାତିରୁ ଭାରତ ପଛକୁ ହଟୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ।
ସେ କହିଛନ୍ତି, ଏହି ବିବାଦର ମୂଳ କାରଣ ହେଉଛି Scotch Whisky ଉତ୍ପାଦର ଶ୍ରେଣୀକରଣ ବା Classification। ସରକାର ଏହି ଶୁଳ୍କ ବିବାଦର ସମାଧାନ ପାଇଁ ଯଥାଶୀଘ୍ର ବୈଷୟିକ ଉପାୟ ଖୋଜୁଛନ୍ତି।
ରିପୋର୍ଟ ଅନୁସାରେ, ୧୯୯୧ ଓ ୨୦୧୪ ମସିହାରେ ଅଦାଲତ ଦେଇଥିବା ରାୟ ଯୋଗୁଁ Scotch Whisky ଆମଦାନୀର ଶ୍ରେଣୀକରଣକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସରକାରଙ୍କ ଧାରଣା ଥିଲା ଯେ, ବଲ୍କ Scotch Whisky କେବଳ HSN କୋଡ୍ 220830 ଅଧୀନରେ ଆମଦାନୀ ହେଉଛି। ଏହି ଆଧାରରେ ଭାରତ-ବ୍ରିଟେନ୍ CETA ଚୁକ୍ତିରେ ଶୁଳ୍କ ରିହାତି ଦିଆଯାଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, Scotch Whisky HSN କୋଡ୍ 220890 ଅଧୀନରେ ମଧ୍ୟ ଆମଦାନୀ ହେଉଛି। ଏହି କୋଡ୍ଟି ଅନ୍ୟ ଉତ୍ପାଦ ପାଇଁ ବ୍ୟବହୃତ ହୋଇଥାଏ। ଦୁଇଟି HSN କୋଡ୍ରେ ଶୁଳ୍କ ରିହାତିର ପରିମାଣ ଭିନ୍ନ ଥିବାରୁ ଏହି ବିବାଦ ଦେଖାଦେଇଛି।
ବାଣିଜ୍ୟ ସଚିବଙ୍କ କହିବା ଅନୁଯାୟୀ, ଏହି ଅଦାଲତୀ ମାମଲା ସମ୍ପର୍କରେ ଭାରତ ଓ ବ୍ରିଟେନ୍ର ବାଣିଜ୍ୟ ଆଲୋଚନାକାରୀମାନେ ପୂର୍ବରୁ ଅବଗତ ନଥିଲେ।
ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି। ଅଦାଲତଙ୍କ ରାୟକୁ ଉଲ୍ଲଂଘନ ନକରିବା ସହ CETA ଚୁକ୍ତି ଅନୁଯାୟୀ ଦିଆଯାଇଥିବା ଶୁଳ୍କ ରିହାତିକୁ ମଧ୍ୟ ସମ୍ମାନ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର&rsqu...
ଓଡ଼ିଶାର ବାତ୍ୟା ଇତିହାସରେ ନଭେମ୍ବର ମାସର ଏକ ସ୍ୱତନ୍ତ୍ର...
ୱେଲିଂଟନ୍: ଭାରତୀୟ କ୍ରିକେଟ୍ ଦଳକୁ ଲାଗିଛି ବଡ଼ ଝଟକା। ନ୍...
ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...
ନୂଆଦିଲ୍ଲୀ: IPL ୨୦୨୭ରେ ଖେଳାଳି ଭାବେ ନୁହେଁ, ବରଂ ମେଣ୍ଟ...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...