ଓଡ଼ିଶାର ବିଭିନ୍ନ ମନ୍ଦିରରେ ଘଟିଥିବା କ୍ରମାଗତ ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୁଲିସ। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଏବଂ ୧୯,୧୦୦ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସାହାଦେବଖୁଣ୍ଟା ଥାନା ଅଧୀନ ଗୋଧିବାସା ଗ୍ରାମର ଭୀମ ବେଡ଼, ନୀତିଶ ସିଂହ ଏବଂ ସୁରେଶ ସିଂହ। ପଚରାଉଚରା ବେଳେ ସେମାନେ ବିଭିନ୍ନ ମନ୍ଦିରରେ ଚୋରି ଘଟଣାରେ ନିଜ ସମ୍ପୃକ୍ତି ଥିବା ସ୍ୱୀକାର କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଭୈରପୁରର ଶ୍ରୀରାମଚନ୍ଦ୍ର ମନ୍ଦିର, ନୂଆଗାଁର ମଙ୍ଗଳା ମନ୍ଦିର ଏବଂ ମା' ବର୍ଷା ବୌଦଙ୍ଗା ମନ୍ଦିରରେ ଚୋରି କରିଥିବା ସ୍ୱୀକାର କରିଛନ୍ତି। ଏହାସହ ସେମାନେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଘଟିଥିବା ଅନେକ ମନ୍ଦିର ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା କଥା କହିଛନ୍ତି।
ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଅନୁସାରେ, ବଡ଼ସାମନ୍ତରାପୁରର ୭ଟି ମନ୍ଦିର, ବେଲଦା ଦେବୀ ମନ୍ଦିର, ୪୨ ମୌଜା ଥାନା ଅଧୀନର ୨ଟି ମନ୍ଦିର, ଟାଙ୍ଗୀ ଥାନା ଅଞ୍ଚଳର କନକଦୁର୍ଗା, ଗ୍ରାମଦେବୀ ଓ ଧୂମାବତୀ ମନ୍ଦିର ସମେତ ଚନ୍ଦ୍ରଶେଖରପୁର ଥାନା ଅଧୀନ କନକଦୁର୍ଗା ଏବଂ ନୀଳକଣ୍ଠେଶ୍ୱର ମନ୍ଦିରରେ ମଧ୍ୟ ସେମାନେ ଚୋରି କରିଥିଲେ।
ଅଭିଯୁକ୍ତମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଚର୍ବାଟିଆ ରେଳ ଷ୍ଟେସନ ନିକଟରେ ଲୁଚାଇ ରଖାଯାଇଥିବା ଚୋରି ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସମସ୍ତ ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କାକୁ ଜବତ କରାଯାଇଛି।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଚୋରି ସାମଗ୍ରୀର ପରିମାଣ କେତେ ରହିଛି, ସେନେଇ ତଦନ୍ତ ଜାରି ରହିଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିର...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଭାରତର ହାଇ-ସ୍ପିଡ୍ ରେଳ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ।...
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆସାମ ସରକାରଙ୍କୁ ବଡ଼...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଆସାମରେ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଲାଗିଛି। ସକାଳ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...