ଆସାମରେ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଲାଗିଛି। ସକାଳ ପ୍ରାୟ୯ଟା ୫୭ ମିନିଟ୍ରେଗୌହାଟୀ ସମେତ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା୪.୧ରେକର୍ଡ ହୋଇଛି।
ଝଟକା ଅନୁଭୂତ ହେବା ପରେ ଗୌହାଟୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଅନେକ ଲୋକ ସୁରକ୍ଷା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ସୂଚନା ମିଳିନାହିଁ।
ସୂଚନା ଅନୁସାରେ, ଭୂମିକମ୍ପରକେନ୍ଦ୍ରସ୍ଥଳ ଗୌହାଟୀଠାରୁ ପ୍ରାୟ ୮୧ କିଲୋମିଟର ଦୂରରେଏବଂ ଭୂପୃଷ୍ଠରୁ୧୦ କିଲୋମିଟର ଗଭୀରରେରହିଥିଲା। ଏହାକୁ ନେଇ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ କିଛି ଦିନ ଧରି ଉତ୍ତର-ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି। ଏହି କାରଣରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୂମିକମ୍ପକୁ ନେଇ ଚିନ୍ତା ବଢ଼ିଛି। ନିକଟ ଅତୀତରେ ନେପାଳ ଓ ତିବ୍ବତ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଯୋଗୁଁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବା ଖବର ଆସିଥିଲା।
IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...
IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବଦଳ ଚର୍ଚ...
ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...
ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...
ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...