କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ୨୦୨୬ ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି। ଏହି ନିର୍ଦ୍ଦେଶାବଳୀରେ List of Candidates (LOC) ଦାଖଲ ପ୍ରକ୍ରିୟା ଓ ପରୀକ୍ଷା ଶୁଳ୍କ ଜମା ସମୟସୀମା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି।
CBSE ସମସ୍ତ ଆଫିଲିଏଟେଡ୍ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଠିକ ତଥ୍ୟ ସହ LOC ଦାଖଲ କରିବେ ଓ ଫି ପେମେଣ୍ଟ କରିବେ। LOC ଫାଇନାଲ୍ ସବମିଶନ ପରେ କୌଣସି ପ୍ରକାର ପରିବର୍ତ୍ତନ ଅନୁମତି ମିଳିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି।
CBSE ତିନିଟି ପର୍ଯ୍ୟାୟରେ ସମୟସୀମା ଧାର୍ଯ୍ୟ କରିଛି:
CBSE କହିଛି ଯେ ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ରେଜିଷ୍ଟ୍ରେସନ କରିନଥିଲେ, ସେମାନେ ଏବେ ଫି ଦେଇ LOC ମାଧ୍ୟମରେ ନାମ ଦାଖଲ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ରେଜିଷ୍ଟର ହୋଇଛନ୍ତି, ସେମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଫି ପେମେଣ୍ଟ ସମାପ୍ତ କରିବାକୁ ପଡିବ।
ଯେଉଁ ଛାତ୍ରଛାତ୍ରୀ ଦ୍ୱିତୀୟ ପରୀକ୍ଷା ଦେବାକୁ ଇଚ୍ଛୁକ ନୁହେଁ, ସେମାନେ ନିଜ ନାମ ପ୍ରତ୍ୟାହାର କରିପାରିବେ।
CBSE ଛାତ୍ରଛାତ୍ରୀଙ୍କୁMathematics (Standard)ଓMathematics (Basic)ମଧ୍ୟରେ ବିକଳ୍ପ ପରିବର୍ତ୍ତନ କରିବାର ସୁଯୋଗ ଦେଇଛି।ତେବେ ଅନ୍ୟ କୌଣସି ବିଷୟରେ ପରିବର୍ତ୍ତନ ଅନୁମତି ମିଳିବ ନାହିଁ।
CBSE ସ୍ପଷ୍ଟ କରିଛି ଯେ ଯେଉଁ ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ସେମାନେଅଧିକତମ ୩ଟି ବିଷୟରେ Improvementପାଇଁ ପରୀକ୍ଷା ଦେଇପାରିବେ।ଏଥିରେ Science, Mathematics, Social Science ଓ Languages ଅନ୍ତର୍ଭୁକ୍ତ।
Compartment ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଶ୍ରେଣୀରେ ପରୀକ୍ଷା ଦେଇପାରିବେ। କିନ୍ତୁER (Essential Repeat)କ୍ୟାଟେଗୋରୀ ଛାତ୍ରଛାତ୍ରୀମାନେ ଯୋଗ୍ୟ ନୁହନ୍ତି।
ବୋର୍ଡ କହିଛି ଯେ ସ୍କୁଲମାନେ କେବଳFirst Chance Compartmentଛାତ୍ରଛାତ୍ରୀଙ୍କ ପାଇଁ LOC ଦାଖଲ କରିବେ।
Children With Special Needs (CWSN) ପାଇଁ ପୂର୍ବ ନିୟମ ଅନୁଯାୟୀ ସୁବିଧା ଜାରି ରହିବ। କିନ୍ତୁ ଏହି ବର୍ଗରେନୂଆ ରେଜିଷ୍ଟ୍ରେସନ ଗ୍ରହଣ କରାଯିବ ନାହିଁ।
CBSE କହିଛି ଯେ ଯଦି ଛାତ୍ର LOC ଦାଖଲ କରି ଫି ଦେଲେ, କିନ୍ତୁ ପରୀକ୍ଷା ଦେଲେ ନାହିଁ, ତେବେ ତାଙ୍କରମୁଖ୍ୟ ପରୀକ୍ଷା (୨୦୨୬) ଫଳାଫଳକୁ ହିଁ ଅନ୍ତିମ ଫଳାଫଳ ଭାବେ ଧରାଯିବ।
ଦ୍ୱିତୀୟ ପରୀକ୍ଷା ମୁଖ୍ୟ ପରୀକ୍ଷାର ସମାନ ସିଲାବସ୍ ଉପରେ ଆଧାରିତ ହେବ।
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଭୁଶୁଡ଼ି ପଡ଼ିଥିବା ଏକ P...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...