ଭୁବନେଶ୍ୱର CRPF ଛକ ଅଞ୍ଚଳରେ ମିଠାର ମାନ ଯାଞ୍ଚ ପାଇଁ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି। ସୋମବାର ହୋଇଥିବା ଏହି ଚଢ଼ାଉରେ ଛେନା ଓ ବିଭିନ୍ନ ମିଠାର ଗୁଣବତ୍ତା ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ କିଛି ଦୋକାନରୁ ବାସି, ମିଆଦ ପୂର୍ଣ୍ଣ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ମିଳିଥିଲା। BMC ଟିମ୍ ଏହି ସାମଗ୍ରୀକୁ ଜବତ କରି ନଷ୍ଟ କରିଥିବା ବେଳେ ସମ୍ପୃକ୍ତ ଦୋକାନୀଙ୍କ ଉପରେ ଜରିମାନା ଲଗାଯାଇଛି।
ଜଣେ BMC ଅଧିକାରୀ କହିଛନ୍ତି ଯେ, CRPF ଅଞ୍ଚଳରେ ଥିବା ଏକ ମିଠା ଦୋକାନର ମାନୁଫାକ୍ଚରିଂ ୟୁନିଟ୍ରେ ଯାଞ୍ଚ ବେଳେ ମିଆଦ ପୂର୍ଣ୍ଣ ଓ ଅସ୍ୱାସ୍ଥ୍ୟକର ଉତ୍ପାଦ ମିଳିଥିଲା। ଏଗୁଡ଼ିକୁ ନଷ୍ଟ କରାଯାଇଛି ଏବଂ ଅଧିକ ଯାଞ୍ଚ ପରେ ଜରିମାନା ଆଦାୟ କରାଯିବ।
ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଖାଦ୍ୟର ମାନ ବଜାୟ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି BMC ପକ୍ଷରୁ କୁହାଯାଇଛି।
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...