ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ଓଡ଼ିଶା ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି। କ୍ରସ୍ ଭୋଟିଂ ଅଭିଯୋଗରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିବା ପରେ ବିଜେଡି ଓ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡିର ୮ ଜଣ ଏବଂ କଂଗ୍ରେସର ୩ ଜଣ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆସିଥିଲା। ଏହାକୁ ନେଇ ଉଭୟ ଦଳ ସମ୍ପୃକ୍ତ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲେ। କିନ୍ତୁ ବାଚସ୍ପତି ସେହି ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି।
ବିଜେଡି ନେତା ପ୍ରଦୀପ ଦିଶାରୀ କହିଛନ୍ତି, “ଯଦି ତଥ୍ୟରେ କିଛି ତ୍ରୁଟି ଥାଆନ୍ତା, ତେବେ ପରାମର୍ଶ ଦିଆଯାଇପାରୁଥାନ୍ତା। କିନ୍ତୁ ସିଧାସଳଖ ଆବେଦନ ଖାରଜ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଗଣତନ୍ତ୍ରର ହତ୍ୟା ସଦୃଶ। ଦଳ ଏନେଇ ପରବର୍ତ୍ତୀ ପଦକ୍ଷେପ ନେବ ଏବଂ ଆଇନଗତ ଲଢ଼େଇ କରିବ।”
ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, “ବିଜେପି ସରକାର ଅଧୀନରେ ବାଚସ୍ପତିଙ୍କ ଠାରୁ ନ୍ୟାୟ ମିଳିବ ନାହିଁ ବୋଲି ଆମେ ପୂର୍ବରୁ ଜାଣିଥିଲୁ। କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ ବିଜେପିକୁ ସମର୍ଥନ କରିଛନ୍ତି। ଆମେ ଏହି ମାମଲାକୁ ନେଇ ହାଇକୋର୍ଟ ଓ ଆବଶ୍ୟକ ହେଲେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବୁ।”
ସେ ଆହୁରି କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଭବିଷ୍ୟତରେ ରାଜନୀତିରେ ‘ହର୍ସ ଟ୍ରେଡିଂ’କୁ ପ୍ରୋତ୍ସାହନ ଦେଇପାରେ, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଭଲ ସଙ୍କେତ ନୁହେଁ।
ଏହି ଅଭିଯୋଗକୁ ଖଣ୍ଡନ କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବିରୋଧୀ ଦଳମାନେ ‘ହ୍ୱିପ୍’, ଦଳବଦଳ ବିରୋଧୀ ଆଇନ ଏବଂ ଅଯୋଗ୍ୟତା ସମ୍ପର୍କିତ ଆଇନଗତ ବ୍ୟବସ୍ଥାକୁ ପୁନର୍ବାର ଭଲ ଭାବେ ବୁଝିବା ଆବଶ୍ୟକ। ଆଇନର ପ୍ରାବଧାନ ଅନୁଯାୟୀ ହିଁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି ବୋଲି ସେ ମତ ଦେଇଛନ୍ତି।
ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଦିନରେ ଏହା ଆଇନଗତ ଲଢ଼େଇର ରୂପ ନେବା ସମ୍ଭାବନା ରହିଛି।
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ମାଢ଼ି ରୋଗ ଏବଂ ଆଲ୍ଜାଇମର୍ସ ରୋଗ ମଧ୍ୟରେ କୌଣସି ସମ୍ପର୍କ...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଛୋଟ ସନ୍ତାନଙ୍କ ମୃତ୍ୟୁ...
ପ୍ରାୟ ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକ...
ପଶ୍ଚିମବଙ୍ଗରେ ଡେଙ୍ଗୁ ମୁକାବିଲା ପାଇଁ ସ୍କୁଲ ଛାତ୍ରଛାତ୍ର...