ଡେଙ୍ଗୁ ରୋକିବାକୁ ସ୍କୁଲରେ ଝିଅଙ୍କୁ ସ୍କର୍ଟ ବଦଳରେ ସାଲୱାର ପିନ୍ଧାଇବାକୁ ମନ୍ତ୍ରୀଙ୍କ ଅନୁରୋଧ

ପଶ୍ଚିମବଙ୍ଗରେ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ସ୍କୁଲ ପୋଷାକରେ ଅସ୍ଥାୟୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଶାରଦ୍ୱତ ମୁଖାର୍ଜୀ। ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଝିଅମାନଙ୍କୁ ସ୍କର୍ଟ ବଦଳରେ ଗୋଡ଼ ଢାଙ୍କିଥିବା ସାଲୱାର ପିନ୍ଧିବାକୁ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୂରା ହାତ ଓ ଗୋଡ଼ ଢାଙ୍କିଥିବା ପୋଷାକ ପିନ୍ଧାଇବାକୁ ସେ ସ୍କୁଲଗୁଡ଼ିକୁ ଅନୁରୋଧ କରିଛନ୍ତି।
West Bengal health minister suggests salwar suits instead of skirts for girls during dengue season
West Bengal health minister suggests salwar suits instead of skirts for girls during dengue season

ପଶ୍ଚିମବଙ୍ଗରେ ଡେଙ୍ଗୁ ମୁକାବିଲା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକରେ ଅସ୍ଥାୟୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଶାରଦ୍ୱତ ମୁଖାର୍ଜୀ। ଡେଙ୍ଗୁ ସଂକ୍ରମଣର ଆଶଙ୍କା ଅଧିକ ଥିବା ସମୟରେ ମଶା କାମୁଡ଼ାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ।

ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟାଳୟସ୍ୱାସ୍ଥ୍ୟ ଭବନରେଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ଅନୁରୋଧ କରିଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପ୍ରତିରୋଧ ଓ ସଚେତନତା ପଦକ୍ଷେପକୁ ଜୋରଦାର କରୁଥିବା ବେଳେ ସେ ସ୍କୁଲଗୁଡ଼ିକୁ ଏହି ପଦକ୍ଷେପ ନେବାକୁ କହିଛନ୍ତି।

୩ ମାସ ପାଇଁ ୟୁନିଫର୍ମରେ ପରିବର୍ତ୍ତନ ପାଇଁ ଅନୁରୋଧ

ମନ୍ତ୍ରୀ ସ୍କୁଲଗୁଡ଼ିକୁ ଆସନ୍ତା ତିନି ମାସ—ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରପାଇଁ ଛାତ୍ରଛାତ୍ରୀଙ୍କୁ ପୂରା ହାତର ପୋଷାକ ଏବଂ ପୂରା ଲମ୍ବା ପ୍ୟାଣ୍ଟ ପିନ୍ଧିବାକୁ ଅନୁମତି ଦେବାକୁ କହିଛନ୍ତି।

ବିଶେଷକରି ଯେଉଁ ସ୍କୁଲରେ ଝିଅମାନେ ସ୍କର୍ଟ ପିନ୍ଧନ୍ତି, ସେଠାରେ ଏହି ତିନି ମାସ ସ୍କର୍ଟ ବଦଳରେଗୋଡ଼କୁ ସମ୍ପୂର୍ଣ୍ଣ ଢାଙ୍କୁଥିବା ସାଲୱାର ସୁଟ୍ପିନ୍ଧିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି।

ମନ୍ତ୍ରୀ ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ଏନେଇ ଅନୁରୋଧ କରି କହିଛନ୍ତି ଯେ, ଏହି ତିନି ମାସ ପାଇଁ ୟୁନିଫର୍ମ ନିୟମରେ କିଛି ସାମୟିକ ନମନୀୟତା ଦିଆଯାଉ।

କେବଳ ମୋଜା ଦ୍ୱାରା ସୁରକ୍ଷା ହେବ ନାହିଁ: ମନ୍ତ୍ରୀ

ଛାତ୍ରଛାତ୍ରୀଙ୍କୁ ହାଟୁ ପର୍ଯ୍ୟନ୍ତ ମୋଜା ପିନ୍ଧାଇବାର ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ଖାରଜ କରିଛନ୍ତି। ତାଙ୍କ ଯୁକ୍ତି ହେଉଛି, ମୋଜା ଚର୍ମ ସହ ଲାଗି ରହୁଥିବାରୁ ଏବଂ ଏହାର କପଡ଼ା ପତଳା ହୋଇଥିବାରୁ ମଶା କାମୁଡ଼ିବାର ଆଶଙ୍କା ରହିଥାଏ।

ତେଣୁ ଝିଅମାନଙ୍କୁ ସାଲୱାର ଏବଂ ପୁଅମାନଙ୍କୁ ପୂରା ଲମ୍ବା ପ୍ୟାଣ୍ଟ ସହ ପୂରା ହାତର ସାର୍ଟ ପିନ୍ଧିବାକୁ ଅନୁମତି ଦେବାକୁ ସେ କହିଛନ୍ତି।

ସରକାରୀ ସ୍କୁଲ ପାଇଁ ଆସିବ ନୂଆ ନିର୍ଦ୍ଦେଶନାମା

ସରକାରୀ ସ୍କୁଲଗୁଡ଼ିକ ପାଇଁ ଏହି ଅସ୍ଥାୟୀ ପୋଷାକ ନିୟମ ସମ୍ପର୍କରେ ରାଜ୍ୟ ସରକାର ପକ୍ଷରୁ ଏକ ପ୍ରଶାସନିକ ସର୍କୁଲାର ଜାରି ହେବାର ସମ୍ଭାବନା ରହିଛି। ଘରୋଇ ସ୍କୁଲଗୁଡ଼ିକୁ ମଧ୍ୟ ସମାନ ସତର୍କତାମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ।

ତେବେ ଘରୋଇ ସ୍କୁଲଗୁଡ଼ିକରେ ୟୁନିଫର୍ମ ପରିବର୍ତ୍ତନ ନେଇ ଶେଷ ନିଷ୍ପତ୍ତି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ରହିବ।

ଡେଙ୍ଗୁ ରୋକିବାରେ ସଚେତନତା ଉପରେ ଗୁରୁତ୍ୱ

ମୌସୁମୀ ବର୍ଷା ସମୟରେ ଏବଂ ଏହା ପରେ ପଶ୍ଚିମବଙ୍ଗରେ ମଶାବାହିତ ରୋଗ ବଢ଼ିବାର ଆଶଙ୍କା ରହିଥାଏ। ଏହି ସମୟରେ ସ୍କୁଲ ଯାଉଥିବା ପିଲାମାନେ ମଶା କାମୁଡ଼ାର ସମ୍ଭାବନା ଥିବା ସ୍ଥାନରେ ଅନେକ ଘଣ୍ଟା ରହିପାରନ୍ତି।

ମନ୍ତ୍ରୀ ଡେଙ୍ଗୁ ନିୟନ୍ତ୍ରଣ ସହିତ ସଚେତନତା ଏବଂ ପ୍ରତିରୋଧକୁ ଗୁରୁତ୍ୱ ଦେଇଛନ୍ତି। ରୋଗର ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ଚିକିତ୍ସା ନେବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ କରିଛନ୍ତି।

ତିନି ମାସ ଧରି ଏଭଳି ସତର୍କତାମୂଳକ ପଦକ୍ଷେପ ନେଇ ଡେଙ୍ଗୁ ମାମଲା କମାଇବାକୁ ଚେଷ୍ଟା କରିବା ପାଇଁ ମନ୍ତ୍ରୀ ସମସ୍ତ ସ୍କୁଲକୁ ଅନୁରୋଧ କରିଛନ୍ତି।

LIVE TV
LIVE
Latest News
ସାପ୍ତାହିକ ରାଶିଫଳ: ୨ ନଭେମ୍ବରରୁ ୯ ନଭେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୨ ନଭେମ୍ବରରୁ ୯ ନଭେମ୍ବର...

♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...

ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ମୋଦୀ; ନଭେମ୍ବର ୨୯ରେ ଦିଲ୍ଲୀରେ ଭବ୍ୟ ଉଦ୍‌ଯାପନୀ ଉତ୍ସବ

ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ମୋଦୀ;...

ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

ଆଦିବାସୀଙ୍କ ସମସ୍ୟା ଶୁଣିଲେ ଜମ୍ମୁ-କାଶ୍ମୀର ମନ୍ତ୍ରୀ; କିଛି ଅଭିଯୋଗର ତତ୍କାଳ ସମାଧାନ

ଆଦିବାସୀଙ୍କ ସମସ୍ୟା ଶୁଣିଲେ ଜମ୍ମୁ-କାଶ୍ମୀର ମନ୍ତ୍ରୀ; କିଛି...

ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...

INDIA ମେଣ୍ଟ କେବେ ଥିଲା ହିଁ ନାହିଁ’; ମମତା-ରାହୁଲଙ୍କୁ ନେଇ ବଡ଼ ବୟାନ ଦେଲେ ବିଜେପି ନେତା

INDIA ମେଣ୍ଟ କେବେ ଥିଲା ହିଁ ନାହିଁ’;...

ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+