ଅନ୍ତର୍ଜାତୀୟ ଛାତ୍ରଙ୍କ ପାଇଁ ଅଷ୍ଟ୍ରେଲିଆର ବଡ଼ ପଦକ୍ଷେପ: ଗ୍ରାଜୁଏଟ୍ ଡିପ୍ଲୋମା କୋର୍ସରେ ନୂଆ ନାମଲେଖା ବନ୍ଦ

ଭିସା ବ୍ୟବସ୍ଥାର ଦୁରୁପଯୋଗ ଓ ଅଣ-ପ୍ରକୃତ ଛାତ୍ରଙ୍କ ଦ୍ୱାରା କୋର୍ସ ବ୍ୟବହାର ନେଇ ଚିନ୍ତା ପ୍ରକାଶ କରି ଅଷ୍ଟ୍ରେଲିଆ ସରକାର Graduate Diploma of Management (Learning) କୋର୍ସରେ ନୂଆ ଅନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା ଉପରେ ରୋକ ଲଗାଇଛନ୍ତି। ତେବେ ଏହି କୋର୍ସରେ ପୂର୍ବରୁ ପଢ଼ୁଥିବା ଛାତ୍ରମାନେ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରିପାରିବେ।
Australia stops new international student enrolments in Graduate Diploma of Management course
Australia stops new international student enrolments in Graduate Diploma of Management course

ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବା ଦିଗରେ ଅଷ୍ଟ୍ରେଲିଆ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।Graduate Diploma of Management (Learning)କୋର୍ସରେ ନୂଆ ଅନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖାକୁ ବନ୍ଦ କରାଯାଇଛି।

ଅଷ୍ଟ୍ରେଲିଆ ସରକାରଙ୍କ ଅନୁସାରେ, ଏହି କୋର୍ସକୁ କିଛି ଅଣ-ପ୍ରକୃତ ଛାତ୍ର ଅଷ୍ଟ୍ରେଲିଆରେ ରହି ଭିସା ପରିବର୍ତ୍ତନ କରିବାର ମାଧ୍ୟମ ଭାବେ ବ୍ୟବହାର କରୁଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିଛି। ଏଥିସହ କୋର୍ସ ସହ ଜଡ଼ିତ ଭିସା ରିଜେକ୍ସନ୍ ଓ ପାଠପଢ଼ା ଅଧାରୁ ଛାଡ଼ିବା ହାରକୁ ନେଇ ମଧ୍ୟ ସରକାର ଚିନ୍ତା ପ୍ରକାଶ କରିଛନ୍ତି।

ଏହି କୋର୍ସରକୋର୍ସ କୋଡ୍ BSB80120। ଏହାକୁ ପଢ଼ାଉଥିବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର Commonwealth Register of Institutions and Courses for Overseas Students (CRICOS) ପଞ୍ଜୀକରଣ ସ୍ୱତଃ ସ୍ଥଗିତ କିମ୍ବା ବାତିଲ ହେବ।

ପୂର୍ବରୁ ପଢ଼ୁଥିବା ଛାତ୍ରଙ୍କୁ ମିଳିବ ସୁଯୋଗ

ଏହି ନିଷ୍ପତ୍ତିର ପ୍ରଭାବ ପୂର୍ବରୁ କୋର୍ସ ଆରମ୍ଭ କରିଥିବା ଅନ୍ତର୍ଜାତୀୟ ଛାତ୍ରଙ୍କ ଉପରେ ପଡ଼ିବ ନାହିଁ। ସେମାନେ ନିଜ ବର୍ତ୍ତମାନର ଶିକ୍ଷା ପ୍ରଦାନକାରୀଙ୍କ ନିକଟରେ କୋର୍ସ ସମ୍ପୂର୍ଣ୍ଣ କରିପାରିବେ।

କିନ୍ତୁ ନୂଆ ଅନ୍ତର୍ଜାତୀୟ ଛାତ୍ରଙ୍କୁ ଏହି କୋର୍ସରେ ଭର୍ତ୍ତି କରିବା କିମ୍ବା ଏଥିପାଇଁ ନିଯୁକ୍ତି କରିବାକୁ VET ପ୍ରଦାନକାରୀ ଓ ଏଜେଣ୍ଟମାନେ ଆଉ ସକ୍ଷମ ହେବେ ନାହିଁ।

କେତେ ବଡ଼ ଥିଲା ଏହି କୋର୍ସ?

ସରକାରଙ୍କ ତଥ୍ୟ ଅନୁସାରେ, ପ୍ରାୟ୪୫୨ଟି VET ପ୍ରଦାନକାରୀ ଅନ୍ତର୍ଜାତୀୟ ଛାତ୍ରଙ୍କ ପାଇଁ ଏହି କୋର୍ସ ଚଳାଇବାକୁ ପଞ୍ଜୀକୃତ ଥିଲେ।

ଏହି କୋର୍ସ ପାଇଁ ପ୍ରାୟ୪୧,୦୩୩ଟି ସକ୍ରିୟ Confirmation of Enrolment (CoE)ରହିଛି। ସେଥିରୁ ପ୍ରାୟ୧୫,୭୭୨ ଛାତ୍ର ବର୍ତ୍ତମାନ ପଢ଼ୁଛନ୍ତି।

କାହିଁକି ନିଆଗଲା ଏହି ନିଷ୍ପତ୍ତି?

ଅଷ୍ଟ୍ରେଲିଆ ସରକାର କହିଛି, ଭିସା ବ୍ୟବସ୍ଥାର ଅଖଣ୍ଡତା ଓ ଅନ୍ତର୍ଜାତୀୟ ଶିକ୍ଷା କ୍ଷେତ୍ରର ଗୁଣବତ୍ତା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

୨୦୨୫ ନଭେମ୍ବରରେ ପାରିତ ହୋଇଥିବା ନୂଆ ନିୟମ ଅନୁସାରେ, ଶିକ୍ଷା କୋର୍ସରେ ବ୍ୟବସ୍ଥାଗତ ସମସ୍ୟା, ଅଷ୍ଟ୍ରେଲିଆର କୌଶଳ ଆବଶ୍ୟକତା ସହ ସମନ୍ୱୟ ଓ ଜନସ୍ୱାର୍ଥ ଭଳି ବିଷୟକୁ ଆଧାର କରି କୌଣସି କୋର୍ସକୁ ସ୍ଥଗିତ କିମ୍ବା ବାତିଲ କରିବାର କ୍ଷମତା ସରକାର ପାଇଛି।

ଅଷ୍ଟ୍ରେଲିଆର Assistant Minister for International Education Julian Hill କହିଛନ୍ତି ଯେ, ଦେଶକୁ ଏକ ବିଶ୍ୱସନୀୟ ଶିକ୍ଷା ଗନ୍ତବ୍ୟସ୍ଥଳ ଭାବେ ବଜାୟ ରଖିବା ସହ ଅନ୍ତର୍ଜାତୀୟ ଛାତ୍ରଙ୍କ ସୁରକ୍ଷା ଏବଂ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବା ଉପରେ ସରକାର ଗୁରୁତ୍ୱ ଦେଉଛି।

LIVE TV
LIVE
Latest News
ବାପାଙ୍କ ସହ ଚୀନରେ ଖେଳୁ ଖେଳୁ ବ୍ୟାଡମିଣ୍ଟନ୍‌ ପ୍ରତି ଆଗ୍ରହ, ଏବେ ୟୁଥ୍ ଅଲିମ୍ପିକ୍ସରେ ରଚିଲେ ଇତିହାସ ଓଡ଼ିଆ ଝିଅ ତନ୍‌ଭୀ ପାତ୍ରୀ!

ବାପାଙ୍କ ସହ ଚୀନରେ ଖେଳୁ ଖେଳୁ ବ୍ୟାଡମିଣ୍ଟନ୍‌...

ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...

ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ମୋଦୀ; ନଭେମ୍ବର ୨୯ରେ ଦିଲ୍ଲୀରେ ଭବ୍ୟ ଉଦ୍‌ଯାପନୀ ଉତ୍ସବ

ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ମୋଦୀ;...

ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...

INDIA ମେଣ୍ଟ କେବେ ଥିଲା ହିଁ ନାହିଁ’; ମମତା-ରାହୁଲଙ୍କୁ ନେଇ ବଡ଼ ବୟାନ ଦେଲେ ବିଜେପି ନେତା

INDIA ମେଣ୍ଟ କେବେ ଥିଲା ହିଁ ନାହିଁ’;...

ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...

ଏସିଆରେ ଭାରତର ଦବ୍‌ଦବା, ଏବେ ବିଶ୍ୱକୁ ଟାର୍ଗେଟ୍! LA 2028 ପାଇଁ ହକି ଦଳରେ ବଡ଼ ପରିବର୍ତ୍ତନର ସଙ୍କେତ

ଏସିଆରେ ଭାରତର ଦବ୍‌ଦବା, ଏବେ ବିଶ୍ୱକୁ ଟାର୍ଗେଟ୍!...

ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ...

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...

ଅଣ୍ଡର-୧୯ ଏସିଆ କପ୍‌ରେ ଆଜି ଭାରତ-ନେପାଳ ଟକ୍କର! ଖେଳିବେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ, ଜାଣନ୍ତୁ ଲାଇଭ୍ ଦେଖିବେ କେଉଁଠି

ଅଣ୍ଡର-୧୯ ଏସିଆ କପ୍‌ରେ ଆଜି ଭାରତ-ନେପାଳ ଟକ୍କର!...

ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...

ଓମାର ଅବଦୁଲ୍ଲା ସରକାର ପାଇଁ ବଢ଼ିଲା ସଙ୍କଟ! ୨୦ ବିଧାୟକ ଇସ୍ତଫା ଦେଲେ ଭାଙ୍ଗିପାରେ ସଂଖ୍ୟାଗରିଷ୍ଠତା

ଓମାର ଅବଦୁଲ୍ଲା ସରକାର ପାଇଁ ବଢ଼ିଲା ସଙ୍କଟ!...

ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା! ଭୁବନେଶ୍ୱରରେ ୩ ଗିରଫ, ୧୩ ଲକ୍ଷର ସୁନା ଜବତ

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା!...

ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+