ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ଥିବା ଟଙ୍କାରୁ ୫୪.୮୦ ଲକ୍ଷ ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରେ ଚଢ଼ାଉ କରି ପୁଲିସ ଏହି ଟଙ୍କା ସହ ଏକ କାର୍ ଜବତ କରିଛି।
ଅଭିଯୋଗ ଅନୁସାରେ, ଲକ୍ଷ୍ମୀସାଗର ଥାନା ଅଧୀନ ଜଗନ୍ନାଥ ନଗରରେ ରହୁଥିବା ଅବସରପ୍ରାପ୍ତ ଇଞ୍ଜିନିୟର ଅଶୋକ ସାହୁଙ୍କ ଘରୁ ପ୍ରାୟ ୬୫ ଲକ୍ଷ ଟଙ୍କା ହୋଇଥିବା ଅଭିଯୋଗ ହୋଇଥିଲା। ଅସ୍ତରଙ୍ଗ ବ୍ଲକ୍ ବାହୁଦିଆ ଗାଁର ବିକାଶ ବିଶ୍ୱାଳ ତାଙ୍କ ଘରେ କେୟାରଟେକର୍ ଭାବେ କାମ କରୁଥିଲେ। ଚୋରି ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।
ଅଭିଯୋଗ ପରେ ଲକ୍ଷ୍ମୀସାଗର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। CCTV ଫୁଟେଜ୍ ଓ ଅନ୍ୟାନ୍ୟ ସୂଚନା ଆଧାରରେ ପୁଲିସ ସନ୍ଦିଗ୍ଧଙ୍କ ନିଜ ଗାଁ ଅସ୍ତରଙ୍ଗ ଅଞ୍ଚଳରେ ପହଞ୍ଚିଥିଲା।
ପୁରୀ କଣ୍ଟ୍ରୋଲ୍ ରୁମ୍ରୁ ସୂଚନା ମିଳିବା ପରେ ଭୁବନେଶ୍ୱର କମିଶନରେଟ୍ ପୁଲିସ ଏବଂ ଅସ୍ତରଙ୍ଗ ମେରାଇନ୍ ପୁଲିସର ଏକ ମିଳିତ ଟିମ୍ ରାତି ପ୍ରାୟ ୩ଟା ସମୟରେ ବାହୁଦିଆ ଗାଁରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପୁଲିସ ୫୪.୮୦ ଲକ୍ଷ ଟଙ୍କା ନଗଦ ଉଦ୍ଧାର କରିବା ସହ ଏକ କଳା ରଙ୍ଗର Maruti Suzuki Aura କାର୍ ଜବତ କରିଛି। ପୁଲିସ ପ୍ରକ୍ରିୟା ଅନୁସାରେ ଜବତ ବେଳର ଭିଡିଓଗ୍ରାଫି ମଧ୍ୟ କରାଯାଇଥିବା ଜଣାପଡ଼ିଛି।
ତେବେ ପୁଲିସ ପହଞ୍ଚିବା ପୂର୍ବରୁ ବିକାଶ ବିଶ୍ୱାଳ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି। ତାଙ୍କୁ ଧରିବା ପାଇଁ ପୁଲିସ ଖୋଜାଖୋଜି ଜାରି ରଖିଛି।
ଉଦ୍ଧାର ହୋଇଥିବା ବିପୁଳ ଟଙ୍କା ଘଟଣାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇପାରେ। ଚୋରିର ପୂରା ଘଟଣା, ଟଙ୍କା କେଉଁଠାରୁ ଆସିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...