ଭୁବନେଶ୍ୱରର କେନାଲ ରୋଡ୍ରେ ବୁଧବାର ରାତିରେ ଘଟିଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା। ଲକ୍ଷ୍ମୀସାଗର ଥାନା ଅଧୀନ କେନାଲ ରୋଡ୍ରେ ରାତି ପ୍ରାୟ ୨ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ବେଳେ ଆଉ ଜଣେ ଯୁବକଙ୍କ ପତ୍ତା ମିଳୁନାହିଁ।
ଦୁର୍ଘଟଣାସ୍ଥଳରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭାଙ୍ଗି ଚୁରମାର ହୋଇଥିବା ବେଳେ ଘଟଣାସ୍ଥଳରୁ ଏକ ମୋଟରସାଇକେଲର ଭଙ୍ଗା ଅଂଶ ମଧ୍ୟ ମିଳିଛି।
ସ୍ଥାନୀୟ ଲୋକଙ୍କ ସନ୍ଦେହ ଅନୁସାରେ, ରାତି ପ୍ରାୟ ୨ଟା ସମୟରେ କେନାଲ ରୋଡ୍ରେ ଏକ କାର୍ ଓ ବାଇକ୍ ମଧ୍ୟରେ ରେସିଂ ଚାଲିଥାଇପାରେ। ଏହି ସମୟରେ କାର୍ଟି ବାଇକ୍କୁ ପଛପଟୁ ଧକ୍କା ଦେଇଥିବା ଆଶଙ୍କା କରାଯାଉଛି।
ଧକ୍କା ଖାଇବା ପରେ ବାଇକ୍ଟି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଅନ୍ୟ ଏକ କାର୍ରେ ପିଟି ହୋଇଥିବା କୁହାଯାଉଛି। ଏଥିରେ ପାର୍କିଂ ହୋଇଥିବା କାର୍ଟି ମଧ୍ୟ ଭାରୀ କ୍ଷତିଗ୍ରସ୍ତ ହୋଇଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଘଟଣା ସମୟରେ ପ୍ରକୃତରେ କ’ଣ ଘଟିଥିଲା ତାହା ସ୍ପଷ୍ଟ ନୁହେଁ। ସେ ଘଟଣାସ୍ଥଳରେ ପହଞ୍ଚିବା ବେଳେ କାର୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିଥିଲେ।
ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଧକ୍କା ପରେ ସେ କେନାଲ ମଧ୍ୟକୁ ଖସି ପଡ଼ିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଲକ୍ଷ୍ମୀସାଗର ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। କେନାଲ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯାଉଛି।
ଏହାସହ ଦୁର୍ଘଟଣା କିପରି ଘଟିଲା ଏବଂ ଘଟଣା ପୂର୍ବରୁ କାର୍ ଓ ବାଇକ୍ର ଗତିବିଧି କ’ଣ ଥିଲା, ତାହା ଜାଣିବା ପାଇଁ ଘଟଣାସ୍ଥଳ ଆଖପାଖର CCTV ଫୁଟେଜ୍ ଯାଞ୍ଚ କରୁଛି ପୁଲିସ।
ନିଖୋଜ ଯୁବକଙ୍କ ସନ୍ଧାନ ଜାରି ରହିଥିବା ବେଳେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଓ ରେସିଂ ସମ୍ପର୍କିତ ସନ୍ଦେହ ଉପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।
ଆପଲ୍ର ନୂଆ iPhone ଲଞ୍ଚ ଇଭେଣ୍ଟରେ ଏଥର ଟେକ୍ନୋଲୋଜି ସହ ବ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ହଲିଉଡ୍ ଅଭିନେତାଟମ୍ କ୍ରୁଜ୍ଙ୍କ ଆଗାମୀ ଫିଲ୍ମ **‘D...
କମେଡିଆନ୍ ସମୟ ରୈନା ଏବଂ ଶାରୋନ୍ ବର୍ମାଙ୍କ ଡେଟିଂକୁ ନେଇ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
Bigg Boss 20ର ଏପିସୋଡ୍ ୪ରେ ଘର ଭିତରର ପରିବେଶ ପୁଣିଥରେ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...