Bigg Boss 20ର ଏପିସୋଡ୍ ୪ରେ ଘର ଭିତରର ପରିବେଶ ପୁଣିଥରେ ଗରମ ହୋଇଛି। ଦିନ ୩ରେ ଘର କାମକୁ ନେଇ ବିବାଦଠାରୁ ଆରମ୍ଭ କରି ପ୍ରତିଯୋଗୀଙ୍କ ମଧ୍ୟରେ ରୋମାନ୍ସ ଚର୍ଚ୍ଚା ଏବଂ କ୍ୟାପ୍ଟେନ୍ସି ଟାସ୍କରେ ଜୋରଦାର ମୁକାବିଲା ପର୍ଯ୍ୟନ୍ତ ଅନେକ ଡ୍ରାମା ଦେଖିବାକୁ ମିଳିଛି।
ଏପିସୋଡ୍ର ଆରମ୍ଭରେ ମେରି କମ୍ ଘରର ରୋଷେଇ ଦାୟିତ୍ୱକୁ ନେଇ ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ରିଥି ତିୱାରୀ କହିଥିଲେ ଯେ ସେ ପ୍ରଥମେ ଚା’ ତିଆରି କରିବେ ଏବଂ ଏହାପରେ ନିଜ ଦାୟିତ୍ୱ ଆରମ୍ଭ କରିବେ।
ଏହା ଶୁଣି ମେରି କହିଥିଲେ ଯେ ଚା’ ତିଆରି କରିବାକୁ ଅଧିକ ସମୟ ଲାଗେ ନାହିଁ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ରିଥି ମଧ୍ୟ ମେରିଙ୍କୁ କହିଥିଲେ ଯେ ସେ ଘରର କ୍ୟାପ୍ଟେନ୍ ନୁହନ୍ତି।
ଝଗଡ଼ା ସମୟରେ ମେରି ରିଥିଙ୍କୁ ତାଙ୍କ ପରିଚୟ ନେଇ ମଧ୍ୟ କଟାକ୍ଷ କରିଥିଲେ। ତେବେ ଏହି ବିବାଦ ବେଶୀ ସମୟ ଚାଲିନଥିଲା ଏବଂ ପରେ ଦୁଇଜଣଙ୍କ ମଧ୍ୟରେ ସମାଧାନ ହୋଇଯାଇଥିଲା।
ଅନ୍ୟପଟେ ଘର ଭିତରେ କୁଶାଲ ତନୱର ଓରଫ୍ ଗୁଲ୍ଲୁଏବଂ କନିକା ମନ୍ନଙ୍କୁ ନେଇ ମଜାକ୍ ଆରମ୍ଭ ହୋଇଥିଲା। ଇଶା ରିଖି ଏବଂ ଅରିଶଫା ଖାନ୍ ଗୁଲ୍ଲୁଙ୍କ ନାମକୁ କନିକାଙ୍କ ସହ ଯୋଡ଼ି ତାଙ୍କୁ ଚିଡ଼ାଇଥିଲେ।
ପରେ ଇଶା ସିଧାସଳଖ କନିକାଙ୍କୁ ତାଙ୍କ ମନର କଥା ପଚାରିଥିଲେ। ଏହାର ଜବାବରେ କନିକା ସ୍ପଷ୍ଟ କରିଥିଲେ ଯେ ସେ କେବଳ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଘର ଭିତରେ କୌଣସିରୋମାଣ୍ଟିକ୍ ଆଙ୍ଗଲ୍ରେ ସାମିଲ ହେବାକୁ ସେ ଚାହୁଁନାହାନ୍ତି।
ଏପିସୋଡ୍ର ସବୁଠାରୁ ବଡ଼ ହାଇଲାଇଟ୍ ଥିଲା କ୍ୟାପ୍ଟେନ୍ସି ଟାସ୍କ। ପୂର୍ବ ରାଉଣ୍ଡର ଏଲିମିନେସନ୍ ପରେଗୁଲ୍ଲୁ, ଆସିଫ୍ ଖାନ୍ ଏବଂ ୟୁଙ୍ଗ୍ DSAକ୍ୟାପ୍ଟେନ୍ସି ଦୌଡ଼ରେ ରହିଥିଲେ।
ଟାସ୍କରେ ପ୍ରତିଯୋଗୀମାନଙ୍କୁ ପପ୍କର୍ଣ୍ଣ ସୁରକ୍ଷିତ ରଖିବା ସହ ଅଧିକ ପପ୍କର୍ଣ୍ଣ ସଂଗ୍ରହ କରିବାକୁ ଥିଲା। ଅନ୍ୟ ପ୍ରତିଯୋଗୀଙ୍କୁ ଟାସ୍କରୁ ବାହାର କରିବା ସହ ନିଜର ପପ୍କର୍ଣ୍ଣକୁ ସୁରକ୍ଷିତ ରଖିବା ଏହି ଚ୍ୟାଲେଞ୍ଜର ମୁଖ୍ୟ ଅଂଶ ଥିଲା।
ଟାସ୍କ ସମୟରେ ଘର ଭିତରେ ଅନେକ ଝଗଡ଼ା ଓ ତୀବ୍ର ବାକ୍ବିତଣ୍ଡା ଦେଖିବାକୁ ମିଳିଥିଲା।ଗୁଲ୍ଲୁ ଏବଂ ତନ୍ମୟ ସିଂହ ଓରଫ୍ ScoutOP, ତଥାକାଜି ତୌକିର୍ ଏବଂ ଆସିଫ୍ ଖାନ୍ଙ୍କ ମଧ୍ୟରେ ମଧ୍ୟ ବିବାଦ ହୋଇଥିଲା। ଏହି ଟାସ୍କ ଘର ଭିତରର ତିକ୍ତତାକୁ ଆହୁରି ବଢ଼ାଇ ଦେଇଥିଲା।
Bigg Boss 20ର ନୂଆ ଏପିସୋଡ୍JioHotstarରେ ରାତି ୯ଟାରେଷ୍ଟ୍ରିମ୍ ହେଉଥିବା ବେଳେColors TVରେ ରାତି ୧୦:୩୦ରେପ୍ରସାରିତ ହେଉଛି।
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
କୋରାପୁଟ:କଥାରେ ଭୁଲାଇ ଲୁଟ୍ର ନୂଆ ତରିକା। ଡ୍ରେନ୍ରୁ କିଛି...
ବରଗଡ଼:ବରଗଡ଼ ଜିଲ୍ଲାରେ ପୁଣି ଥରେ ବିପୁଳ ପରିମାଣର କୋଡିନ୍...
ଭୁବନେଶ୍ୱରର କେନାଲ ରୋଡ୍‌ରେ ବୁଧବାର ରାତିରେ ଘଟିଛି...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
MKCG ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରରୁ ଗତ ୯ ଦିନ...
ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗ...
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବାଘେଇରେ ବୁଧବାର ରାତିର...