କଟକ: ବେଆଇନ ବାଲି ପରିବହନ ବିରୋଧରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗାଡ଼ି ଚଢ଼ାଇଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ। କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ବେଲଗଛିଆ ବାଲିଘାଟରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବେଲଗଛିଆ ବାଲିଘାଟରୁ ବେଆଇନ ଭାବେ ବାଲି ପରିବହନ ହେଉଥିବା ନେଇ ଖବର ପାଇଥିଲେ ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ। ଏହାପରେ ସେ ତାଙ୍କ ଡ୍ରାଇଭରଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଏକ ବାଲି ବୋଝେଇ ଗାଡ଼ିକୁ ଅଟକାଇଥିଲେ।
କିଛି ସମୟ ପରେ ହାଇୱା ଗାଡ଼ିର ମାଲିକ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପରେ ଗାଡ଼ିରେ ଥିବା ବାଲିକୁ ଖାଲି କରି ହାଇୱା ନେଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିବା କୁହାଯାଉଛି।
ତହସିଲଦାର ଏବଂ ତାଙ୍କ ଡ୍ରାଇଭର ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ହାଇୱାଟି ସେମାନଙ୍କ ଆଡ଼କୁ ଚଳାଯାଇଥିବା ଅଭିଯୋଗ ହୋଇଛି। ତେବେ ତହସିଲଦାର ସମୟ ଥାଇ ପାର୍ଶ୍ୱକୁ ହଟିଯିବାରୁ ଗାଡ଼ି ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଘଟଣା ପରେ ବାରଙ୍ଗ ତହସିଲଦାର ଏନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବାରଙ୍ଗ ପୁଲିସ ବେଲଗଛିଆ ଗାଁର ଦୀପକ ପାଣିଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଘଟଣାର ପ୍ରକୃତ କାରଣ, ହାଇୱା ଗାଡ଼ି ଚଳାଚଳର ପରିସ୍ଥିତି ଏବଂ ତହସିଲଦାରଙ୍କୁ ଗାଡ଼ି ଚଢ଼ାଇବାକୁ ଉଦ୍ୟମ ହୋଇଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ପର୍ବତୀୟ ଅଞ୍ଚଳ...
ଦୁବାଇରେ ଗୁରୁବାର ବାଂଲାଦେଶ ବିପକ୍ଷ ମହିଳା ଏସିଆ କପ୍ ସେମ...
କର୍ଣ୍ଣାଟକରେ ‘ବନ୍ଦେ ମାତରମ୍‌’ ଗାନକୁ...
ଭାରତର ପରମାଣୁ କ୍ଷମତାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ...
ଚୀନ୍‌ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟ...
ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନ...
ସମୁଦ୍ର ହଠାତ୍‌ ଗାଏବ! ଏଭଳି ଦୃଶ୍ୟ ଦେଖି ଆର୍ଜେଣ୍ଟି...
ଭାରତୀୟ ବେସାମରିକ ବିମାନ ଚଳାଚଳ ବଜାରରେ ବଡ଼ ପ୍ରବେଶ ପାଇଁ...