ବାଲିଅନ୍ତାର ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି। ସୌମ୍ୟଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ଓମ୍ ପ୍ରକାଶଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ (Lie Detection Test) ରିପୋର୍ଟ କ୍ରାଇମବ୍ରାଞ୍ଚ ହାତକୁ ଆସିଛି।
ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି ଯେ, ତଦନ୍ତ ସମୟରେ ଓମ୍ ପ୍ରକାଶ ଦେଇଥିବା ବୟାନରେ ସାମଞ୍ଜସ୍ୟ ରହିଛି। ସେ ତଦନ୍ତକାରୀଙ୍କ ସମ୍ମୁଖରେ ଯାହା କହିଥିଲେ, ତାହାକୁ ରିପୋର୍ଟ ସମର୍ଥନ କରୁଥିବା କୁହାଯାଇଛି।
ସୂତ୍ର ଅନୁସାରେ, ଏହି ରିପୋର୍ଟ ମାମଲାର ତଦନ୍ତକୁ ଅଧିକ ସ୍ପଷ୍ଟ କରିଛି ଏବଂ ଚାର୍ଜସିଟ୍ ଦାଖଲ ସମୟରେ ଏହାକୁ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ତେବେ ଏହି ମାମଲାରେ ତଦନ୍ତ ଏବେ ବି ଜାରି ରହିଛି।
ଅନ୍ୟପଟେ, ମାମଲାର ୫ରୁ ୬ ଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ଅଦାଲତରେ ୱାରେଣ୍ଟ ଆବେଦନ କରିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର ଅଦାଲତଙ୍କ ଅନୁମତି ପରେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟରୀ (SFSL)ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓମ୍ ପ୍ରକାଶଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଇଥିଲା। ଏଥିପାଇଁ ଓମ୍ ପ୍ରକାଶ ନିଜ ସମ୍ମତି ମଧ୍ୟ ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସୌମ୍ୟଙ୍କ ପରିବାର ପକ୍ଷରୁ ତାଙ୍କ ହତ୍ୟା ପଛରେ ଏକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରାଯାଇଥିଲା। ଏହାସହ ଓମ୍ ପ୍ରକାଶଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଥିଲା। ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଥିବାରୁ ମାମଲାର ଚୂଡ଼ାନ୍ତ ସତ୍ୟ ଚାର୍ଜସିଟ୍ ଦାଖଲ ପରେ ସ୍ପଷ୍ଟ ହେବ।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...