ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହ୍ରାସ ପାଉନଥିବା ବେଳେ ନଦୀ ଏବେବି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏହା ସହିତ ଜଳକା ନଦୀ ମଧ୍ୟ ସତର୍କ ସଙ୍କେତ ଉପରେ ରହିଥିବାରୁ ବନ୍ୟା ସ୍ଥିତି ଆହୁରି ଜଟିଳ ହୋଇଛି।
ବୁଢ଼ାବଳଙ୍ଗ ନଦୀର ବନ୍ୟା ପାଣି ଏବେ ବାଲେଶ୍ୱର ସହରର କିଛି ଅଞ୍ଚଳରେ ପ୍ରବେଶ କରିଛି। ସହରର ୧୨ ନମ୍ବର ୱାର୍ଡର କିଛି ସ୍ଥାନରେ ପ୍ରାୟ ୨ ଫୁଟ୍ ପାଣି ଜମିଥିବା ବେଳେ ଅନେକ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି।
ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍ର ଅନେକ ଗାଁରେ ମଧ୍ୟ ବନ୍ୟା ପାଣି ପଶିଛି। ରାସ୍ତା ଜଳମଗ୍ନ ହେବାରୁ ଯାତାୟାତ ବ୍ୟାହତ ହୋଇଛି। ତଳିଆ ଅଞ୍ଚଳରେ ପାଣି ଜମିବା ସହ ଧୀରେ ଧୀରେ ଏହା ଜନବସତି ଆଡ଼କୁ ମାଡ଼ି ଆସୁଛି।
ବନ୍ୟା ପାଣି ବଢ଼ିବାରୁ ଅନେକ ପରିବାର ଖାଦ୍ୟ ଓ ପିଇବା ପାଣିର ଅଭାବର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ରୋଷେଇ କରିବା ସମ୍ଭବ ନହେବାରୁ କିଛି ପରିବାର ଶୁଖିଲା ଖାଦ୍ୟ ଉପରେ ନିର୍ଭର କରୁଛନ୍ତି। ଜରୁରୀ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକଙ୍କୁ ଆଣ୍ଠୁଏ ପାଣିରେ ଯିବାକୁ ପଡ଼ୁଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତକାଲି ସକାଳଠାରୁ ପାଣି ବଢ଼ିବାରେ ଲାଗିଛି। ରାସ୍ତା ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ପରିବାର ଘର ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି।
ବାଲେଶ୍ୱର ସହର ସମେତ ଆଖପାଖ ଗାଁଗୁଡ଼ିକରେ ବନ୍ୟା ଯୋଗୁଁ ସାଧାରଣ ଜନଜୀବନ ଠପ୍ ହୋଇପଡ଼ିଛି। ଲୋକମାନେ ଏବେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଆବଶ୍ୟକ ସହାୟତାକୁ ଅପେକ୍ଷା କରିଛନ୍ତି। ବର୍ଷା ଓ ନଦୀର ଜଳସ୍ତର ଉପରେ ଲୋକଙ୍କ ନଜର ରହିଛି।
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...