Balangir district announces school holiday from April 18 to 21 due to severe heatwave

ଭୟଙ୍କର ତାତି! ବଲାଙ୍ଗୀରରେ ୧୮ରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଭୀଷଣ ଗରମ ଓ ଲୁ ଯୋଗୁଁ ସାଧାରଣ ଜୀବନ ବିପର୍ୟସ୍ତ ହୋଇପଡ଼ିଛି। ସକାଳ ୮ଟାରୁ ହିଁ ଖରାର ପ୍ରକୋପ ଆରମ୍ଭ ହେଉଥିବାରୁ ସ୍କୁଲପିଲା ଓ ଅଭିଭାବକଙ୍କ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିକୁ ଦେଖି ବଲାଙ୍ଗୀର ଜିଲ୍ଲାପାଳ ୧୮ରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପାଣିପାଗ ବିଭାଗ ମଧ୍ୟ ୧୯ ତାରିଖ ପର୍ଯ୍ୟନ୍ତ ଗରମ ଜାରି ରହିବ ବୋଲି ସୂଚନା ଦେଇଛି।

ବଲାଙ୍ଗୀର:ରାଜ୍ୟରେ ଚଳିତ ଏପ୍ରିଲ ମାସରେ ଭୟଙ୍କର ତାପମାତ୍ରା ଓ ଲୁ ପରିସ୍ଥିତି ଦେଖାଦେଇଛି। ମୁଣ୍ଡ ଫଟା ଖରା ଯୋଗୁଁ ସାଧାରଣ ଲୋକ ଘରୁ ବାହାରକୁ ଯିବାକୁ ମଧ୍ୟ ଅସୁବିଧା ଅନୁଭବ କରୁଛନ୍ତି। ସକାଳ ୮ଟାରୁ ହିଁ ତାତି ବଢ଼ିଯାଉଥିବାରୁ ବିଶେଷକରି ସ୍କୁଲପିଲା ଏବଂ ଅଭିଭାବକଙ୍କ ମନରେ ଚିନ୍ତା ବଢ଼ିଛି।

ଏହି ଭୟାବହ ଗରମକୁ ଦୃଷ୍ଟିରେ ରଖିବଲାଙ୍ଗୀର ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ,ଆସନ୍ତା ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଜିଲ୍ଲାରେ ତାତି ଅସହ୍ୟ ହୋଇପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ମୁଖ୍ୟ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେଭାରତୀୟ ପାଣିପାଗ ବିଭାଗ (IMD)ସୂଚନା ଦେଇଛି ଯେ ରାଜ୍ୟରେ ଭୀଷଣ ଗରମ ପରିସ୍ଥିତି ଆଗାମୀ କିଛି ଦିନ ଯାଏଁ ଜାରି ରହିବ। ବିଶେଷକରିଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତାତି ଅଧିକ ରହିବଏବଂ ଅସହ୍ୟ ଗୁଳୁଗୁଳି ସହ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା କରାଯାଇଛି।

ଏହା ସହ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଯେଉଁ ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ପରିସ୍ଥିତି ଦେଖାଯାଉଛି, ସେଠାରେଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନିଆଯିବ

ଗଣଶିକ୍ଷା ବିଭାଗ କହିଛି ଯେ ସମସ୍ତ ଜିଲ୍ଲାରେ ତାପମାତ୍ରା ସମାନ ରହୁନାହିଁ। କେତେକ ଅଞ୍ଚଳରେ ତାପମାତ୍ରା ବହୁତ ବଢ଼ୁଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ସାମାନ୍ୟ କମ୍ ରହୁଛି। ତେଣୁ ରାଜ୍ୟସ୍ତରରେ ସମାନ ନିଷ୍ପତ୍ତି ପରିବର୍ତ୍ତେଜିଲ୍ଲାଭିତ୍ତିକ ଭାବେ ସ୍କୁଲ ଛୁଟି ନିଷ୍ପତ୍ତି ହେବ

ଅସହ୍ୟ ଗରମ ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ପ୍ରଶାସନ ସତର୍କ ରହିଛି ଏବଂ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି।

Latest News
ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି: କେନ୍ଦୁଝର ଓ ସୁନ୍ଦରଗଡ଼କୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି: କେନ୍ଦୁଝର ଓ...

ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ବିବାଦ: କାଠ ଫାଳିଆରେ ଆକ୍ରମଣ, ଯୁବକଙ୍କ ମୃତ୍ୟୁ; ଅଭିଯୁକ୍ତ ଅଟକ

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ବିବାଦ: କାଠ...

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ହୋଇଥିବା ବିବାଦ ଶେଷରେ ମ...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

ଭୁବନେଶ୍ୱର ମନ୍ଦିରରୁ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି ଚୋରି; ବର୍ଷକରେ ୧୫ରୁ ଅଧିକ ମନ୍ଦିରରେ ଲୁଟ୍

ଭୁବନେଶ୍ୱର ମନ୍ଦିରରୁ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି...

ଓଡ଼ିଶାରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ଚୋରି ଘଟଣା ଥମିବ...

ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା ବଣାଇ, ଆଶ୍ଚର୍ଯ୍ୟ ହେଲେ ଲୋକେ

ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା...

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

ଗୋଟିଏ ଦିନରେ ଓଡ଼ିଶାରେ ୩ ଦୁଷ୍କର୍ମ ଅଭିଯୋଗ; ପୀଡ଼ିତାଙ୍କ ମଧ୍ୟରେ ଯୁକ୍ତ ଦୁଇ ଛାତ୍ରୀ

ଗୋଟିଏ ଦିନରେ ଓଡ଼ିଶାରେ ୩ ଦୁଷ୍କର୍ମ ଅଭିଯୋଗ;...

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାବାଳିକାଙ୍କୁ ନେଇ ୩ଟି ଦୁଷ୍କ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+