ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ପଞ୍ଚାୟତର ମିରିଗିଆ ଗାଁରେ ଲଗାତାର ଦୁଇଟି ବନ୍ୟା ଚାଷୀଙ୍କ ଜୀବନଜୀବିକାକୁ ଭୟଙ୍କର ଭାବେ ପ୍ରଭାବିତ କରିଛି। ବନ୍ୟା ପାଣି ୧୫ ଦିନରୁ ଅଧିକ ସମୟ ଧରି ଚାଷ ଜମିରେ ଜମି ରହିବାରୁ ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ପ୍ରଥମ ବନ୍ୟାରେ ଫସଲ କ୍ଷତିଗ୍ରସ୍ତ ହେବା ପରେ ସେମାନେ ପୁଣି ଋଣ କରି ବିହନ କିଣି ନୂଆ ଚାରା ପ୍ରସ୍ତୁତ କରିଥିଲେ। କିନ୍ତୁ ଦ୍ୱିତୀୟ ବନ୍ୟା ଆସିବାରୁ ସେହି ଚାରା ମଧ୍ୟ ପାଣିରେ ପଚି ନଷ୍ଟ ହୋଇଯାଇଛି।
ଧାନ ଚାଷ ସହିତ ବାଇଗଣ, ଭେଣ୍ଡି, ବରବଟି, କାକୁଡ଼ି ଓ କଲରା ଭଳି ପନିପରିବା ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏଥିସହ ଅନେକ ଚାଷୀଙ୍କ ମାଛ ଚାଷ, ଗୋ-ପାଳନ ଏବଂ ଘରବାଡ଼ି ମଧ୍ୟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି।
ଚାଷୀମାନେ କହିଛନ୍ତି ଯେ, ଏବେ ମଧ୍ୟ ଅନେକ ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଧାନ ରୋପଣ ସମୟ ସରିଆସୁଥିବାରୁ ନୂଆ ଚାରା ପ୍ରସ୍ତୁତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହେଉଛି। ଲଘୁଚାପ ଜନିତ ବର୍ଷା ପୁଣି ଏକ ବନ୍ୟାର ଆଶଙ୍କା ସୃଷ୍ଟି କରିଛି।
ଜଣେ ଚାଷୀ କହିଛନ୍ତି, ପ୍ରଥମ ବନ୍ୟା ପରେ ପୁଣି ଚାରା ରୋପଣ କରିଥିଲୁ। କିନ୍ତୁ ଦ୍ୱିତୀୟ ବନ୍ୟାରେ ସବୁ ଚାରା ପଚିଗଲା। ବର୍ଷ ସାରା ପରିବାର କେମିତି ଚଳିବ ସେହି ଚିନ୍ତାରେ ଏବେ ଆମେ ଭାଙ୍ଗି ପଡ଼ିଛୁ।
ଅନ୍ୟ ଜଣେ ଚାଷୀ କହିଛନ୍ତି, ଆମେ ପ୍ରତି କିଲୋ ବିହନ ୮୦ ଟଙ୍କାରେ କିଣିଥିଲୁ। ପ୍ରଥମ କ୍ଷତି ପରେ ପୁଣି ଚାଷ କଲୁ, କିନ୍ତୁ ଦ୍ୱିତୀୟ ବନ୍ୟା ସବୁ ନଷ୍ଟ କରିଦେଲା। ଏବେ ଘର ଚଳାଇବା ପାଇଁ ମଧ୍ୟ ଟଙ୍କା ନାହିଁ ଏବଂ ଗୃହପାଳିତ ପଶୁମାନେ ମଧ୍ୟ କଷ୍ଟ ଭୋଗୁଛନ୍ତି।
ଚାଷୀମାନଙ୍କ ଅଭିଯୋଗ, ସେମାନେ ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ଧାର କରି ଚାଷ କରିଥିଲେ। ଏବେ ସବୁକିଛି ବନ୍ୟାରେ ଭାସିଯାଇଛି। ତେଣୁ ସରକାର ତୁରନ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ପୂର୍ବତନ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡି...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଭାରତୀୟ କ୍ରିକେଟ୍‌ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
୨୦୨୭ ଓଡିଆଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ଫିଫା ବିଶ୍ୱକପ୍ ଫାଇନାଲରେ ହୃଦୟବିଦାରକ ପରାଜୟ ପରେ ଆର୍ଜେଣ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...