୨୦୨୭ ଓଡିଆଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର ହୋଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ୨୦୨୭ ODI ବିଶ୍ୱକପ୍ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟର ସୂଚୀ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଫେବୃଆରୀ ୨୨ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଏହି କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ସମ୍ପର୍କରେ ICC ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହିଁ।
ଏହି କ୍ୱାଲିଫାୟରରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ଦଳ ସିଧାସଳଖ ୨୦୨୭ ODI ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିବ।
ଏଥର କ୍ୱାଲିଫାୟର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ ଆସିଛି। ବିଜେତା ବ୍ୟତୀତ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳଗୁଡ଼ିକୁ ମଧ୍ୟ ଆଉ ଏକ ସୁଯୋଗ ମିଳିବ। ଏହି ତିନି ଦଳ ମଧ୍ୟରେ ସୁପର୍ ସିରିଜ୍ ଖେଳାଯିବ ଏବଂ ବିଜେତା ଦଳ ବିଶ୍ୱକପ୍ର ଶେଷ ୧୨ଟି ଦଳ ମଧ୍ୟରେ ସ୍ଥାନ ପାଇବ।
୨୦୨୭ ODI ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମିଳିତ ଆୟୋଜନରେ ଅକ୍ଟୋବର ୪ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଖେଳାଯିବ।
କ୍ୱାଲିଫାୟରରେ ଆୟୋଜକ ଦେଶ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେକୁ ଛାଡ଼ି ICC ଫୁଲ୍ ମେମ୍ବର ଦେଶମାନଙ୍କ ମଧ୍ୟରୁ ODI ରାଙ୍କିଂରେ ସବୁଠାରୁ ତଳେ ଥିବା ଦୁଇଟି ଦଳ ଅଂଶଗ୍ରହଣ କରିବେ। ଏହା ସହ ICC କ୍ରିକେଟ୍ ୱାର୍ଲ୍ଡ କପ୍ ଲିଗ୍-୨ର ଶ୍ରେଷ୍ଠ ୪ ଦଳ ଏବଂ ୱାର୍ଲ୍ଡ କପ୍ କ୍ୱାଲିଫାୟର ପ୍ଲେଅଫ୍ର ଶ୍ରେଷ୍ଠ ୪ ଦଳ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ।
ଅନ୍ୟପଟେ, ଇଂଲଣ୍ଡ ବିପକ୍ଷ ODI ସିରିଜ୍ରେ ପରାଜୟ ପରେ ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ୨୦୨୭ ବିଶ୍ୱକପ୍ ପାଇଁ ନିଜ ପସନ୍ଦର ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଚୟନ କରିଛନ୍ତି।
ଗାଭାସ୍କରଙ୍କ ଦଳରେ ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଅୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ହର୍ଷିତ ରାଣା, କୁଲଦୀପ ଯାଦବ, ଇଶାନ କିଶନ, ଅର୍ଶଦୀପ ସିଂହ ଏବଂ ନୀତିଶ କୁମାର ରେଡ୍ଡୀ ସ୍ଥାନ ପାଇଛନ୍ତି।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର **‘ରା...
ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ବାଧା ବଡ଼ ନୁହେଁ। ଏହାକୁ ପ...
ପ୍ରାୟ ୨୦ ବର୍ଷ ପରେ ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ **&...
ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ **‘ରାମାୟ...
ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଟମ୍ ହଲାଣ୍ଡ ପୁଣିଥରେ...
ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ପଞ୍ଚ...
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଭୁବନ...
ଉପର ମୁଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ହେବା ପରେ ଭଦ୍ରକ ଜିଲ୍...