ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR)କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାସ୍ତାରେ ଆନ୍ଦୋଳନ କିମ୍ବା ସଭା ନକରି ସଂସଦକୁ ଆସି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ରାହୁଲଙ୍କୁ ଆହ୍ୱାନ ଦେଇଛନ୍ତି।
ଗୁରୁବାର ହରିୟାଣାର କର୍ଣ୍ଣାଲରେ ବିଜେପିର ‘ସେଭ୍ ଡେମୋକ୍ରାସି, ରିମୁଭ୍ ଅନାର୍କି’ ପଦଯାତ୍ରା ସମୟରେ ଏକ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧି ଯଦି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଚାହୁଁଛନ୍ତି, ତେବେ ତାଙ୍କୁ ଏନେଇ ଚିଠି ଲେଖିବା ଉଚିତ। SIR ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ସଂସଦକୁ ଆସି ଆଲୋଚନା କରିବାକୁ ସେ ଆହ୍ୱାନ ଦେଇଛନ୍ତି।
କଂଗ୍ରେସ ଉପରେ ଶାହଙ୍କ ଆକ୍ରମଣ
ଅମିତ ଶାହ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ, ବିରୋଧୀ ଦଳ ସଂସଦର କାର୍ଯ୍ୟ ଚାଲିବାକୁ ଦେଉନାହିଁ ଏବଂ ଆଲୋଚନା ପରିବର୍ତ୍ତେ ରାସ୍ତାରେ ପ୍ରତିବାଦକୁ ଗୁରୁତ୍ୱ ଦେଉଛି। SIR ଓ ଇଭିଏମ୍କୁ ନେଇ କଂଗ୍ରେସର ଆପତ୍ତିକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।
କଂଗ୍ରେସ ପୂର୍ବରୁ ୨୦୧୪, ୨୦୧୯ ଓ ୨୦୨୪ ନିର୍ବାଚନରେ ମଧ୍ୟ ପରାଜିତ ହୋଇଥିଲା, ସେତେବେଳେ SIR ହୋଇନଥିଲା ବୋଲି ଶାହ ନିଜ ଭାଷଣରେ ଯୁକ୍ତି ରଖିଛନ୍ତି। ନିର୍ବାଚନୀ ପରାଜୟ ପାଇଁ SIRକୁ ଦାୟୀ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
SIRକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବା ଓ ଭୋଟ୍ ଚୋରି ଅଭିଯୋଗକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ SIR ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ଅନ୍ୟପଟେ ବିଜେପି ଏହି ପ୍ରକ୍ରିୟାକୁ ସମର୍ଥନ କରି ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ଓ ନକଲି ନାମ ହଟାଇବା ଏହାର ଉଦ୍ଦେଶ୍ୟ ବୋଲି କହୁଛି।
ଏହି ବିବାଦ ମଧ୍ୟରେ ଅମିତ ଶାହଙ୍କ ସଂସଦରେ ଆଲୋଚନା ପାଇଁ ଆହ୍ୱାନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି। ତେବେ ଏହି ଆହ୍ୱାନ ପରେ ରାହୁଲ ଗାନ୍ଧିଙ୍କ ପକ୍ଷରୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ଏବେ ନଜର ରହିଛି।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରେ...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରେ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ...
ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...