ଆଠଗଡ଼: ଆଗାମୀ ପଞ୍ଚାୟତ ସମିତି ବୈଠକକୁ ନେଇ ଆଠଗଡ଼ରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ BNSର ଧାରା ୧୬୩ ଲାଗୁ କରାଯାଇଛି।
ପୂର୍ବ ପଞ୍ଚାୟତ ସମିତି ବୈଠକରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହାକୁ ନଜରରେ ରଖି ଏଥର ବୈଠକ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଗଣ୍ଡଗୋଳ ନଘଟେ, ସେଥିପାଇଁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ୪ ଜଣ ଇନ୍ସପେକ୍ଟର ଓ ୨ ଜଣ DSPଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ବୈଠକ ଚାଲିଥିବା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ପ୍ରକାର ଗଣ୍ଡଗୋଳକୁ ରୋକିବା ଉପରେ ପୋଲିସର ବିଶେଷ ନଜର ରହିଛି।
ପୂର୍ବ ବୈଠକରେ ଦେଖାଦେଇଥିବା ତିକ୍ତତା ପରେ ଏଥର ଆଠଗଡ଼ ପଞ୍ଚାୟତ ସମିତି ବୈଠକ ପାଇଁ ପ୍ରଶାସନ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏବେ ସମସ୍ତଙ୍କ ନଜର ରହିଛି, ଏହି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଠଗଡ଼ ପଞ୍ଚାୟତ ସମିତି ବୈଠକ କିପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଉଛି।
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ମୁମ୍ବାଇ:ଭାରତୀୟ ଶେୟାର ବଜାରରେ ପୁଣି ଥରେ ବଡ଼ ଧରଣର ଚାପ...
ମୁମ୍ବାଇ:ଭାରତର ଫିନ୍ଟେକ୍ କ୍ଷେତ୍ରର ସଫଳତା କେବଳ ଡିଜିଟ...
ନୂଆଦିଲ୍ଲୀ:କେବଳ ପ୍ରଶ୍ନର ଉତ୍ତର ଦେବା ନୁହେଁ, ଏବେ ଆପଣଙ୍...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...