ଭାରତରେ Apple ଏକ ନୂଆ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି। Bloomberg ରିପୋର୍ଟ ଅନୁଯାୟୀ, କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଭାରତରେ ୧୦ ବିଲିୟନ୍ ଡଲାରରୁ ଅଧିକ ବାର୍ଷିକ ବିକ୍ରି କରିଛି। ଏହା ପୂର୍ବବର୍ଷର ପ୍ରାୟ ୯ ବିଲିୟନ୍ ଡଲାର ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି।
Apple ର ଏହି ସଫଳତାରେ iPhone ବିକ୍ରିର ମୁଖ୍ୟ ଭୂମିକା ରହିଛି। ଏହା ସହିତ iPad ଓ MacBook ପ୍ରତି ମଧ୍ୟ ଭାରତୀୟ ଗ୍ରାହକଙ୍କ ଚାହିଦା ବଢ଼ିଛି।
ଯଦିଓ Apple ର ବିଶ୍ୱ ବ୍ୟବସାୟରେ ଭାରତର ଅଂଶ ଏବେ ବି କମ୍, ତଥାପି ଆମେରିକା ଓ ଚୀନ୍ ପରେ ଭାରତ କମ୍ପାନୀର ସବୁଠାରୁ ଦ୍ରୁତ ବିକାଶଶୀଳ ବଜାର ଭାବେ ଉଭା ହେଉଛି। ପ୍ରିମିୟମ୍ ସ୍ମାର୍ଟଫୋନ୍ ଓ Apple ଉତ୍ପାଦ ପ୍ରତି ବଢ଼ୁଥିବା ଚାହିଦା ଏହାକୁ ଆହୁରି ମଜବୁତ କରିଛି।
Apple ଭାରତରେ ନିଜର ରିଟେଲ୍ ନେଟୱର୍କକୁ ଲଗାତାର ବଢ଼ାଉଛି। ଫେବୃଆରୀରେ ମୁମ୍ବାଇରେ ନୂଆ ଷ୍ଟୋର ଖୋଲିବା ପରେ ଦେଶରେ କମ୍ପାନୀର ମୋଟ ଅଫିସିଆଲ୍ ରିଟେଲ୍ ଷ୍ଟୋର ସଂଖ୍ୟା ୬ରେ ପହଞ୍ଚିଛି।
ଉଚ୍ଚ କର ଯୋଗୁଁ ଭାରତରେ Apple ଉତ୍ପାଦର ଦାମ ବିଶ୍ୱର ଅନ୍ୟାନ୍ୟ ବଜାର ତୁଳନାରେ ଅଧିକ। ଉଦାହରଣ ସ୍ୱରୂପ, iPhone 17 ର ଆରମ୍ଭିକ ମୂଲ୍ୟ ଭାରତରେ ୮୨,୯୦୦ ଟଙ୍କା ଥିବାବେଳେ ଆମେରିକାରେ ଏହାର ମୂଲ୍ୟ ୭୯୯ ଡଲାର। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ Apple ବ୍ୟାଙ୍କ ଅଫର୍, ଏକ୍ସଚେଞ୍ଜ ଅଫର୍ ଓ ଷ୍ଟୁଡେଣ୍ଟ ଡିସ୍କାଉଣ୍ଟ ଦେଉଛି।
Apple ପାଇଁ ଭାରତ ଏବେ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହୋଇପାରିଛି। ବର୍ତ୍ତମାନ ଦେଶରେ ପାଞ୍ଚଟି କାରଖାନାରେ iPhone ଉତ୍ପାଦନ ହେଉଛି। ରିପୋର୍ଟ ଅନୁଯାୟୀ, ବିଶ୍ୱରେ ତିଆରି ହେଉଥିବା ପ୍ରତି ୪ଟି iPhone ମଧ୍ୟରୁ ଗୋଟିଏ ଭାରତରେ ନିର୍ମିତ ହେଉଛି ଏବଂ ଏଠାରୁ ଆମେରିକା ସମେତ ବିଭିନ୍ନ ଦେଶକୁ ରପ୍ତାନି କରାଯାଉଛି।
ଭୁବନେଶ୍ୱର:ଓଡ଼ିଶାର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ପ୍...
କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...
ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଉପନିର୍ବାଚନରେ ମୁମ୍ବା...
ନୂଆଦିଲ୍ଲୀ: ଦୀପାବଳି ଓ ଛଠ୍ ପୂଜା ପାଇଁ ଦୀର୍ଘ ଛୁଟି ପରେ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ଛ...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...
ନୂଆଦିଲ୍ଲୀ: JEE Main 2027 ପରୀକ୍ଷା ପାଇଁ ଆବେଦନ କରୁଥିବ...