Coconut farming and shrinking coconut cover in Odisha

ବିଶ୍ୱ ନଡ଼ିଆ ଦିବସ: ଓଡ଼ିଶାରେ କମୁଛି ନଡ଼ିଆ ଗଛ, ବଢ଼ୁଛି ଚିନ୍ତା

ଓଡ଼ିଶାର ଗାଁଠୁ ସହର ଯାଏ ଦିନେ ଘର ବାଡ଼ିରେ ସାଧାରଣ ଭାବେ ଦେଖାଯାଉଥିବା ନଡ଼ିଆ ଗଛ ଏବେ ଧୀରେଧୀରେ କମିବାରେ ଲାଗିଛି। ବାତ୍ୟାରେ ବ୍ୟାପକ କ୍ଷତି, ଚାଷ ପ୍ରତି ଅନାଗ୍ରହ ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶା ଏବେ ବାହାର ରାଜ୍ୟରୁ ନଡ଼ିଆ ଆଣିବା ଉପରେ ଅଧିକ ନିର୍ଭରଶୀଳ ହେଉଛି।

ଓଡ଼ିଆଙ୍କ ପାଇଁ ନଡ଼ିଆ କେବଳ ଏକ ଫଳ ନୁହେଁ, ଏହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ବିବାହ, ପୂଜା, ପର୍ବପର୍ବାଣୀଠାରୁ ଆରମ୍ଭ କରି ଦୈନନ୍ଦିନ ଖାଦ୍ୟ ଓ ପାରମ୍ପରିକ ଚିକିତ୍ସା ପର୍ଯ୍ୟନ୍ତ ନଡ଼ିଆର ବ୍ୟବହାର ରହିଛି। ଅନେକ ପରିବାରଙ୍କ ପାଇଁ ଘର ବାଡ଼ିରେ ଥିବା ନଡ଼ିଆ ଗଛ ଆୟର ମଧ୍ୟ ଏକ ମାଧ୍ୟମ।

ତେବେ ବିଶ୍ୱ ନଡ଼ିଆ ଦିବସ ଅବସରରେ ଓଡ଼ିଶାରେ ନଡ଼ିଆ ଗଛର ସଂଖ୍ୟା ଧୀରେଧୀରେ କମିବା ଏବଂ ବାହାର ରାଜ୍ୟରୁ ନଡ଼ିଆ ଆମଦାନୀ ବଢ଼ିବା ଚିନ୍ତାର ବିଷୟ ପାଲଟିଛି।

ଜୀବିକାର ଆଧାର ନଡ଼ିଆ ଗଛ

ନଡ଼ିଆ ଗଛର ପ୍ରାୟ ପ୍ରତ୍ୟେକ ଅଂଶର ବ୍ୟବହାର ରହିଛି। ନଡ଼ିଆ ପାଣି, ଫଳ, ପତ୍ର ଓ ତନ୍ତୁ ଆଦି ସ୍ଥାନୀୟ ଅର୍ଥନୀତି ସହ ଜଡ଼ିତ। ୧୦ରୁ ୧୫ଟି ନଡ଼ିଆ ଗଛ ଥିବା ପରିବାର ମଧ୍ୟ ଏଥିରୁ ନିଜ ଘରୋଇ ଆବଶ୍ୟକତା ସହ କିଛି ଆୟ କରିପାରନ୍ତି।

ନଡ଼ିଆ ଚାଷୀ ପ୍ରମୋଦ ପରିଡ଼ା କହିଛନ୍ତି ଯେ, ନଡ଼ିଆ ଗଛ ଲଗାଇ ଏହାର ଯତ୍ନ ନେଲେ ପ୍ରାୟ ପ୍ରତି ତିନି ମାସରେ ଫଳ ମିଳିଥାଏ। ଫଳ ବିକ୍ରି କରି ଚାଷୀମାନେ ଆୟ କରିବା ସହ ଗଛର ଅନ୍ୟ ଅଂଶ ମଧ୍ୟ ବ୍ୟବହାର କରିପାରନ୍ତି।

ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କଟକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ନଡ଼ିଆ ଚାଷ ଅଧିକ ଦେଖାଯାଏ।

ତାମିଲନାଡୁ ଓ କେରଳ ଉପରେ ନିର୍ଭରଶୀଳତା

ବାରମ୍ବାର ବାତ୍ୟା ଯୋଗୁଁ ଉପକୂଳ ଅଞ୍ଚଳରେ ବହୁ ନଡ଼ିଆ ଗଛ ନଷ୍ଟ ହୋଇଛି। ଏହା ଚାଷୀଙ୍କୁ ନଡ଼ିଆ ଚାଷରୁ ଦୂରେଇବାକୁ ବାଧ୍ୟ କରିଛି।

ନଡ଼ିଆ ବ୍ୟବସାୟୀ କାଳୁଚରଣ ବେହେରାଙ୍କ କହିବା ଅନୁସାରେ, ଓଡ଼ିଶାର ଧେନକାନାଳ, ବନରପାଳ, ତାଳଚେର ଓ ଖୋର୍ଦ୍ଧା ଭଳି ଅଞ୍ଚଳକୁ ନଡ଼ିଆ ପଠାଯାଏ। ଏବେ ତାମିଲନାଡୁ ଓ କେରଳରୁ ମଧ୍ୟ ବହୁ ପରିମାଣରେ ନଡ଼ିଆ ଓଡ଼ିଶାକୁ ଆସୁଛି।

ବାତ୍ୟାରେ ନଷ୍ଟ ହୋଇଛି ଲକ୍ଷଲକ୍ଷ ଗଛ

କୋକୋଟର ଫାର୍ମ ଓ କଳ୍ପବୃକ୍ଷ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟ ତପସଙ୍କ ଅନୁସାରେ, ସୁପର ସାଇକ୍ଲୋନ୍ ଓ ବାତ୍ୟା ‘ଫନି’ ପରେ ଉପକୂଳ ଅଞ୍ଚଳରେ ପ୍ରାୟ ୭ ଲକ୍ଷ ନଡ଼ିଆ ଗଛ ନଷ୍ଟ ହୋଇଥିଲା। ଏହାର ପ୍ରଭାବ ନଡ଼ିଆ ଚାଷୀଙ୍କ ଜୀବିକା ଉପରେ ମଧ୍ୟ ପଡ଼ିଛି।

ତାଙ୍କ କହିବା ଅନୁସାରେ, ନଡ଼ିଆ ଉତ୍ପାଦନରେ ଓଡ଼ିଶା ପୂର୍ବରୁ ପଞ୍ଚମ ସ୍ଥାନରେ ଥିବାବେଳେ ଏବେ ଷଷ୍ଠ ସ୍ଥାନକୁ ଖସିଛି। ତାଙ୍କ ମତରେ, ଉତ୍ପାଦନ ବିଚାର କଲେ ଗୁଜରାଟ ମଧ୍ୟ ଓଡ଼ିଶାଠାରୁ ଆଗକୁ ଯାଇଛି।

ନଡ଼ିଆ ଓଡ଼ିଶାର ସଂସ୍କୃତି, ଗ୍ରାମୀଣ ଅର୍ଥନୀତି ଓ ଚାଷୀଙ୍କ ଜୀବନ ସହ ଗଭୀର ଭାବେ ଜଡ଼ିତ। ତେଣୁ ନୂଆ ନଡ଼ିଆ ଚାରା ରୋପଣ, ବାତ୍ୟାଜନିତ କ୍ଷତିରୁ ସୁରକ୍ଷା ଓ ଚାଷୀଙ୍କ ପାଇଁ ଉନ୍ନତ ବଜାର ବ୍ୟବସ୍ଥା ଦିଗରେ ଅଧିକ ସରକାରୀ ସହାୟତାର ଆବଶ୍ୟକତା ରହିଛି।

Latest News
ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ ଡିଲ୍‌ ଶେଷ ପର୍ଯ୍ୟାୟରେ, ଯେକୌଣସି ସମୟରେ ବଡ଼ ଘୋଷଣା

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ...

ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର ୩୫.୮୯ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର...

ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, କହିଲେ- ‘ପ୍ରଥମେ ମାଆଙ୍କୁ କ୍ଷମା ମାଗ’

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ...

ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩ କୋଟିରେ ବଢ଼ିବ ରେଳ ନେଟୱର୍କ

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩...

ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+