କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼ିଶାର ଦୁଇଟି ଜିଲ୍ଲାରେ ମହିଳାଙ୍କ ଅସନ୍ତୋଷ ତୀବ୍ର ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ ଚୋରା ମଦ ବିକ୍ରିକୁ ବିରୋଧ କରି ମହିଳାମାନେ କଥିତ ମଦ ଗୋଦାମରେ ପଶି ଭଙ୍ଗାରୁଜା କରିଥିବା ବେଳେ, ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଶତାଧିକ ମହିଳା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବାଙ୍କିଛନ୍ଦା ଗାଁରେ ଚୋରା ମଦ କାରବାରକୁ ନେଇ ମହିଳାମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଶତାଧିକ ମହିଳା ଏକାଠି ହୋଇ କଥିତ ଚୋରା ମଦ ବ୍ୟବସାୟୀଙ୍କ ଘରେ ପଶିଥିଲେ।
ମହିଳାମାନେ ଘରର କବାଟ ଓ ତାଲା ଭାଙ୍ଗିବା ସହ ଘରେ ଗଚ୍ଛିତ ଥିବା ମଦ ବୋତଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ଚାଲିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦ ବିକ୍ରି ଯୋଗୁଁ ଗାଁରେ ଅଶାନ୍ତି ବଢ଼ିବା ସହ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ସେମାନେ କହିଛନ୍ତି।
ଅନ୍ୟପଟେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନ ଗୁଲୁଣ୍ଡା ଗାଁରେ ମଧ୍ୟ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜିଛି।
ଗାଁର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ କରି ଶତାଧିକ ମହିଳା ବିନିକା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ମଦ ବିକ୍ରି ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବଢ଼ିବା ସହ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଥିବା କହିଛନ୍ତି।
ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଏନେଇ ପୂର୍ବରୁ ଅବକାରୀ ବିଭାଗ ଓ ପୁଲିସକୁ ଏକାଧିକ ଥର ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ।
ଏବେ ଯଦି ବେଆଇନ ମଦ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...