ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ସରଗୁଳ ଗାଁରେ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ଏକ ପରିବାରର ୪ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୧୫ଟି ଜଙ୍ଗଲୀ ହାତୀଙ୍କ ଏକ ପଲ ଗାଁ ମଧ୍ୟକୁ ପଶି ଆସିଥିଲା। ସେତେବେଳେ ଅଧିକାଂଶ ଲୋକ ଶୋଇଥିବା ସମୟରେ ହାତୀମାନେ ସ୍ଥାନୀୟ ବାସିନ୍ଦା ଲିଙ୍ଗରାଜ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଲିଙ୍ଗରାଜ ଭୋଇ, ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଗୁରୁତର ଆହତ ହୋଇଥିବା ବେଳେ ଘରର କିଛି ଅଂଶ ମଧ୍ୟ ଭାଙ୍ଗିଯାଇଛି।
ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ଧରି ମୁରିବାହାଲ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିଛି। ହାତୀମାନେ ବାରମ୍ବାର ଗାଁକୁ ପଶି ଘର, ଫସଲ ଓ ସମ୍ପତ୍ତି ନଷ୍ଟ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ଜଣେ ବନ ବିଭାଗ କର୍ମଚାରୀ ଓ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା।
ମୁରିବାହାଲ ରେଞ୍ଜର ଦମ୍ବରୁଧର ପ୍ରଧାନ ହାତୀ ପଲର ଉପସ୍ଥିତିକୁ ସ୍ୱୀକାର କରି କହିଛନ୍ତି ଯେ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି। ଲୋକଙ୍କୁ ଘରୁ ବାହାରକୁ ନ ଆସିବା, ହାତୀଙ୍କୁ ଉତ୍ତ୍ୟକ୍ତ ନ କରିବା ଓ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।
ମୁମ୍ବାଇ:ଦେଶର ପ୍ରମୁଖ ଶେୟାର ବଜାର ସୂଚକାଙ୍କ ମଙ୍ଗଳବାର ପ...
ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କ ଫିଟନେସ୍‌କ...
ଭାରତରେ Apple ଏକ ନୂଆ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି...
ଏସିଆନ୍ ଗେମ୍ସ କ୍ରିକେଟ୍ରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବ...
ନୂଆଦିଲ୍ଲୀ:୮ମ କେନ୍ଦ୍ରୀୟ ବେତନ କମିଶନ (8th Central Pay...
ସୋସିଆଲ ମିଡିଆରେ ଆର୍ଥିକ ପରାମର୍ଶ ନେବା ଆଜିକାଲି ସାଧାରଣ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୫ର...
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...